Sports

୧୪ ବର୍ଷୀୟ ସୂର୍ଯ୍ୟବଂଶୀ: ଛାତ ଉପରର ଟ୍ରେନିଂ ଠାରୁ ଆଇପିଏଲରେ ରେକର୍ଡ ବ୍ରେକିଂ ଶତକ

୨୦୨୧ର କଥା। କୋଭିଡ-୧୯ ଯୋଗୁ ଚାରିଆଡ଼େ ହାହାକାର ସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ବିହାରର ଜଣେ ୧୦ ବର୍ଷ ବୟସର ପିଲା ତାଙ୍କ ଘରର ଛାତ ଉପରେ ବ୍ୟାଟିଂ ଅଭ୍ୟାସ କରୁଥିଲା। କରୋନା ଯୋଗୁ କ୍ରିକେଟ ଗ୍ରାଉଣ୍ଡ ଖୋଲା ନଥିବା ବେଳେ ବିଧିବଦ୍ଧ ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ ନଥିଲା। ହେଲେ ଛୋଟ ପିଲାଟି ନିଜ ଛାତ ଉପରେ ଅଗଣିତ ସମୟ ବ୍ୟାଟିଂ କରିବାରେ ବିତାଇ ନିଜ ଶଟକୁ ଠିକ କରିବାରେ ଲାଗି ପଡ଼ିଥିଲା।

ସ୍ୱପ୍ନ ଥିଲା ପୂରା ବିଶ୍ୱକୁ ନିଜ ବ୍ୟାଟିଂର କଳା ଦେଖାଇବା। ଏବେ ଏହି ସ୍ୱପ୍ନ କିଛି ମାତ୍ରାରେ ସତ ହୋଇଛି। ୨୦୨୧ରେ ମାତ୍ର ୧୦ ବର୍ଷ ବୟସର ହୋଇଥିବା ପିଲାଟି ଆଜି ଆଇପିଏଲରେ ଚହଳ ସୃଷ୍ଟି କରିଛନ୍ତି। ଆଉ ସେହି ପିଲା ଜଣଙ୍କ ହେଉଛନ୍ତି ୧୪ ବର୍ଷୀୟ ବୈଭବ ସ୍ୱର୍ଯ୍ୟବଂଶୀ। ସେ ଏବେ ୱଣ୍ଡର ବୟ ବୈଭବ ସୂର୍ଯ୍ୟବଂଶୀ। ଚାରିଆଡ଼େ ତାଙ୍କୁ ନେଇ ଚର୍ଚ୍ଚା।

ଆଇପିଏଲ ଇତିହାସରେ ସେ ସବୁଠାରୁ କନିଷ୍ଠ ଖେଳାଳି ଭାବେ ଡେବ୍ୟୁ କରି ରେକର୍ଡ କରିଥିଲେ। କିନ୍ତୁ ନିଜର ତୃତୀୟ ମ୍ୟାଚ୍‌ରେ ସେ ଆଇପିଏଲରେ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଏକଦା ଛାତ ଉପରେ ଟ୍ରେନିଂ ନେଉଥିବା ୧୪ ବର୍ଷୀୟ ସୂର୍ଯ୍ୟବଂଶୀ ନିଜ ଖେଳ ମାଧ୍ୟମରେ ଭାରତୀୟ କ୍ରିକେଟର ଭବିଷ୍ୟତକୁ ଆହୁରି ମଜବୁତ କରିଛନ୍ତି। ସେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ରେକର୍ଡ ବ୍ରେକିଂ ୩୫ ବଲରେ ଶତକ ହାସଲ କରି ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *