୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ ମତ୍ସ୍ୟ ଅଧିକାରୀ
ସୁବର୍ଣ୍ଣପୁର ବୀରମହାରାଜାପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ଭିଜିଲାନ୍ସ ଜାଲରେ। ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ନେଉଥିଲେ ଲାଞ୍ଚ। ଅନ୍ୟ ଜଣେ ବ୍ୟକ୍ତି ବାବୁଲାଲ ବାରିକଙ୍କ ମାଧ୍ୟମରେ ନେଉଥିଲେ ଲାଞ୍ଚ। ଗାଁ ପୋଖରୀରେ ମାଛ ଚାଷ ସବସିଡ଼ି ପାଇଁ ମାଗିଥିଲେ ୪୫ ହଜାର ଟଙ୍କା। ପରେ ୩୦ ହଜାର ଟଙ୍କା ପାଇଁ ରାଜି ହୋଇ ଥିଲେ। ଆଜି ଲାଞ୍ଚ ନେବାବେଳେ ଧରା ପଡିଗଲେ। ଉଭୟଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରହିଛି।ଟ୍ରାପ ପରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ବିଭୂତି ପ୍ରଧାନଙ୍କ ଦୁଇଟି ସ୍ଥାନ ଓ ବାବୁଲାଲ ବାରିକଙ୍କ ଗୋଟିଏ ସ୍ଥାନରେ ଚାଲିଛି ଯାଞ୍ଚ.

ବୀରମହାରାଜାପୁର ସହକାରୀ ମତ୍ସ ଅଧିକାରୀ ଲାଞ୍ଚ ନେବା ଘଟଣା। ତଲାସୀ ବେଳେ ମିଳିଲା ୪ ଲକ୍ଷ ୭ ହଜାର ୩୧୦ ଟଙ୍କା। ମତ୍ସ୍ୟ ଅଧିକାରୀ ବିଭୂତି ପ୍ରଧାନଙ୍କ ଘରୁ ମିଳିଛି ୩ ଲକ୍ଷ ୫୮ ହଜାର ୭୦୦ ଟଙ୍କା। ବାବୁଲାଲ ବାରିକଙ୍କ ନିକଟରୁ ମିଳିଲା ୪୮ ହଜାର ୬୧୦ ଟଙ୍କା।
