Uncategorized

କଲ୍ୟାଣସିଂହପୁରରେ ବଡ଼ ଧରଣର ସଶସ୍ତ୍ର ଡକାୟତି: ଲୁଟିନେଲେ ଦୁଇଶହ ଗ୍ରାମ ସୁନା ଅଳଙ୍କାର ଓ ନଗଦ ଟଙ୍କା

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଶିକରପାଇ ଗ୍ରାମରେ ରାତ୍ର ପ୍ରାୟ ଗୋଟାଏ ସମୟରେ ଏକ ବଡ଼ ଧରଣର ଡକାୟତି ହୋଇଛି I  ଚୋରି କରିବା ସମୟରେ ବ୍ୟବସାୟୀଙ୍କୁ ଛୁରାମାଡ଼ କରି ସିନ୍ଧୁକ  ଉଠାଇ ନେଇଯାଇଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।  କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଗ୍ରାମର ଉପେନ୍ଦ୍ର ଗୋପାଳଚେଟି ଓ ଭାଇ ଗୌରୀ ଗୋପାଳଚେଟିଙ୍କ ଘରୁ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *