Uncategorized

‘ଜଳବାୟୁ ପରିବର୍ତ୍ତନ ଦାଦନ ଧାରା ବଢ଼ାଇଛି’

ବ୍ରହ୍ମପୁର: ଜଳବାୟୁର ପରିବର୍ତ୍ତନ ଯୋଗୁଁ ଚାଷକାମ ବେଶ ପ୍ରଭାବିତ ହୋଇଛି। ପ୍ରକୃତ ଚାଷୀଙ୍କ ପାଖରେ ଜମି ନଥିବା ବେଳେ ଭାଗଚାଷୀ ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକର ଶିକାର ହେଉଛନ୍ତି।  ଫଳରେ ଚାଷୀ ଚାଷ କାମରୁ ମୁହଁ ଫେରାଉଥିବା ବେଳେ ଯୁବପିଢ଼ି ଅଧିକ ରୋଜଗାର ଆଶାରେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି। ଶିଳ୍ପବିହୀନ ଗଂଜାମ ଜିଲ୍ଲାରେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯିବା ଏକ ଧାରାରେ ପରିଣତ ହୋଇଛି ବୋଲି ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ‘ଚାଷ ଛାଡ଼ି ଦାଦନମୁହାଁ’ ସମ୍ପର୍କିତ ଏକ ଆଲୋଚନାଚକ୍ରରେ ସକ୍ରେଟସ୍‌ର ନିର୍ଦ୍ଦେଶକ ଦେବଜିତ୍‌ ମିଶ୍ର, ଚାଷୀନେତା ତଥା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ବରିଷ୍ଠ ସମାଜସେବୀ ଶ୍ରୀକାନ୍ତ ପାଢ଼ୀ ପ୍ରମୁଖ ଯୋଗ ଦେଇ ମତ ରଖିଛନ୍ତି। 

Leave a Reply

Your email address will not be published. Required fields are marked *