admin – SATYA SAMBADA https://satyasambada.com Publish Truth Tue, 13 May 2025 06:41:16 +0000 en-US hourly 1 https://wordpress.org/?v=6.8.1 https://satyasambada.com/wp-content/uploads/2020/07/tg-logo.jpg admin – SATYA SAMBADA https://satyasambada.com 32 32 ଅପରେସନ ସିନ୍ଦୂରକୁ ପ୍ରଶଂସା କଲା କଂଗ୍ରେସ https://satyasambada.com/2025/05/13/%e0%ac%85%e0%ac%aa%e0%ac%b0%e0%ad%87%e0%ac%b8%e0%ac%a8-%e0%ac%b8%e0%ac%bf%e0%ac%a8%e0%ad%8d%e0%ac%a6%e0%ad%82%e0%ac%b0%e0%ac%95%e0%ad%81-%e0%ac%aa%e0%ad%8d%e0%ac%b0%e0%ac%b6%e0%ac%82%e0%ac%b8%e0%ac%be/ https://satyasambada.com/2025/05/13/%e0%ac%85%e0%ac%aa%e0%ac%b0%e0%ad%87%e0%ac%b8%e0%ac%a8-%e0%ac%b8%e0%ac%bf%e0%ac%a8%e0%ad%8d%e0%ac%a6%e0%ad%82%e0%ac%b0%e0%ac%95%e0%ad%81-%e0%ac%aa%e0%ad%8d%e0%ac%b0%e0%ac%b6%e0%ac%82%e0%ac%b8%e0%ac%be/#respond Tue, 13 May 2025 06:41:16 +0000 https://satyasambada.com/?p=2751 ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୬ତମ ଦିନରେ, ଭାରତ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଏହି ଆକ୍ରମଣର କଡ଼ା ଜବାବ ଦେଇଛି।

ଏହା ସହିତ, ଭାରତ ବୁଧବାର ସକାଳେ ଆମେରିକା, ରୁଷିଆ ଏବଂ ବ୍ରିଟେନ ସମେତ ଅନେକ ପ୍ରମୁଖ ଦେଶକୁ ‘ଅପରେସନ୍ ସିନ୍ଦୂର’ କାର୍ଯ୍ୟ ବିଷୟରେ ସୂଚନା ଦେଇଛି। ଭାରତ ଏହାର ‘ଅପରେସନ୍ ସିନ୍ଦୂର’ ପାଇଁ ପାକିସ୍ତାନର ୧୦୦ କିଲୋମିଟର ପରିଧି ମଧ୍ୟରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ଧ୍ୱଂସ କରିଛି।

ଅପରେସନ୍ ସିନ୍ଦୂର’କୁ କଂଗ୍ରେସ ପକ୍ଷରୁ ପ୍ରଶଂସା କରାଯାଇଛି। ଅପରେସନ୍ ସିନ୍ଦୂର’ ନେଇ ରାହୁଲ ଗାନ୍ଧୀ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି।

]]>
https://satyasambada.com/2025/05/13/%e0%ac%85%e0%ac%aa%e0%ac%b0%e0%ad%87%e0%ac%b8%e0%ac%a8-%e0%ac%b8%e0%ac%bf%e0%ac%a8%e0%ad%8d%e0%ac%a6%e0%ad%82%e0%ac%b0%e0%ac%95%e0%ad%81-%e0%ac%aa%e0%ad%8d%e0%ac%b0%e0%ac%b6%e0%ac%82%e0%ac%b8%e0%ac%be/feed/ 0
ପହଲଗାମ ଆକ୍ରମଣର ୩ ଦିନ ପୂର୍ବରୁ ମୋଦୀଙ୍କ ପାଖରେ ଥିଲା ସୂଚନା, ସେଥିପାଇଁ ଗଲେନି କଶ୍ମୀର: ଖଡ୍‌ଗେ https://satyasambada.com/2025/05/13/%e0%ac%aa%e0%ac%b9%e0%ac%b2%e0%ac%97%e0%ac%be%e0%ac%ae-%e0%ac%86%e0%ac%95%e0%ad%8d%e0%ac%b0%e0%ac%ae%e0%ac%a3%e0%ac%b0-%e0%ad%a9-%e0%ac%a6%e0%ac%bf%e0%ac%a8-%e0%ac%aa%e0%ad%82%e0%ac%b0%e0%ad%8d/ https://satyasambada.com/2025/05/13/%e0%ac%aa%e0%ac%b9%e0%ac%b2%e0%ac%97%e0%ac%be%e0%ac%ae-%e0%ac%86%e0%ac%95%e0%ad%8d%e0%ac%b0%e0%ac%ae%e0%ac%a3%e0%ac%b0-%e0%ad%a9-%e0%ac%a6%e0%ac%bf%e0%ac%a8-%e0%ac%aa%e0%ad%82%e0%ac%b0%e0%ad%8d/#respond Tue, 13 May 2025 06:39:59 +0000 https://satyasambada.com/?p=2748 ରାଞ୍ଚି:  ଝାଡ଼ଖଣ୍ଡର ରାଞ୍ଜିରେ କଂଗ୍ରେସ ସଭାପତି  ମଲ୍ଲିକାଜୁର୍ନ ଖଡ୍‌ଗ‌େ ପହଲଗାମ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ  ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।  ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପାଖରେ ଆକ୍ରମଣ ସମ୍ପର୍କରେ ଗୁପ୍ତ ସୂଚନା ଥିଲେ ମଧ୍ୟ ସେ କୌଣସି ବିହିତ ପଦକ୍ଷେପ ଗ୍ରହଣ କରି ନଥିଲେ। ଆକ୍ରମଣର ତିନି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଗୁପ୍ତ ସୂଚନା ମିଳି ସାରିଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀ କଶ୍ମୀର ଗସ୍ତ ଜାଣିଶୁଣି ବାତିଲ କରିଥିଲେ।

ପହଲଗାମ ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ଉତ୍ତର ଦେବା ଜରୁରୀ ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଆକ୍ରମଣ  ଗୁପ୍ତଚର ବିଭାଗର  ବିଫଳତା ବୋଲି ମଧ୍ୟ ସ୍ବୀକାର କରିଥିବା ଖଡ୍‌ଗେ କହିଛନ୍ତି। ସରକାର ଗୁଇନ୍ଦା ବିଭାଗର ବିଫଳତା ସମ୍ପର୍କ‌ରେ କହିବା ସହିତ ଏଥିରେ ସୁଧାର ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତବ୍ୟ ଦେଇଥିବା ଖଡ୍‌ଗେ କହିଛନ୍ତି।

ତିନିଦିନ ପୂର୍ବରୁ ଗୁପ୍ତ ରିପୋର୍ଟ ମିଳିଥିଲେ ମଧ୍ୟ ସରକାର କାହିଁକି ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରି ଚୁପ୍ ବସିଥିଲେ ସେ ନେଇ ଖଡ୍‌ଗେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ସୂଚନା ଆଧାରରେ ଗସ୍ତ ବାତିଲ କରିଥିଲେ କିନ୍ତୁ  ପଦକ୍ଷେପ ଗ୍ରହଣ କରିବା ତ୍ରୁଟି ଯୋଗୁ ସାଧାରଣ ଲୋକଙ୍କର ଜୀବନ ଗଲା ବୋଲି ଖଡ୍‌ଗେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଗୁପ୍ତ ସୂଚନା ସମ୍ପର୍କରେ ସୁରକ୍ଷା ବିଭାଗ, ପୁଲିସ ବିଭାଗ ଅବା ସୀମା ସୁରକ୍ଷା ବଳଙ୍କୁ କାହିଁକି ସୂଚନା ଦେଲେ ନାହିଁ ବୋଲି ଖଡ୍‌ଗେ ପ୍ରଶ୍ନ କରିଛନ୍ତି। ପର୍ଯ୍ୟଯକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହଜରେ ଗ୍ରହଣ କରାଯାଇ ପାରିଥାନ୍ତା ମାତ୍ର ପ୍ରଧାନମନ୍ତ୍ରୀ ତାହା କାହିଁକି କଲେ ନାହିଁ ବୋଲି ଖଡ୍‌ଗେ ପ୍ରଶ୍ନ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଦାୟୀ ବୋଲି ସେ କହିଛନ୍ତି।

]]>
https://satyasambada.com/2025/05/13/%e0%ac%aa%e0%ac%b9%e0%ac%b2%e0%ac%97%e0%ac%be%e0%ac%ae-%e0%ac%86%e0%ac%95%e0%ad%8d%e0%ac%b0%e0%ac%ae%e0%ac%a3%e0%ac%b0-%e0%ad%a9-%e0%ac%a6%e0%ac%bf%e0%ac%a8-%e0%ac%aa%e0%ad%82%e0%ac%b0%e0%ad%8d/feed/ 0
ଅଶୋକଙ୍କ ଉପରେ ନବୀନଙ୍କ ଆସ୍ଥା: ଅସନ୍ତୁଷ୍ଟଙ୍କୁ ମନାଇବାରେ ସକ୍ଷମ ହେବେ ତ? https://satyasambada.com/2025/05/13/%e0%ac%85%e0%ac%b6%e0%ad%8b%e0%ac%95%e0%ac%99%e0%ad%8d%e0%ac%95-%e0%ac%89%e0%ac%aa%e0%ac%b0%e0%ad%87-%e0%ac%a8%e0%ac%ac%e0%ad%80%e0%ac%a8%e0%ac%99%e0%ad%8d%e0%ac%95-%e0%ac%86%e0%ac%b8%e0%ad%8d/ https://satyasambada.com/2025/05/13/%e0%ac%85%e0%ac%b6%e0%ad%8b%e0%ac%95%e0%ac%99%e0%ad%8d%e0%ac%95-%e0%ac%89%e0%ac%aa%e0%ac%b0%e0%ad%87-%e0%ac%a8%e0%ac%ac%e0%ad%80%e0%ac%a8%e0%ac%99%e0%ad%8d%e0%ac%95-%e0%ac%86%e0%ac%b8%e0%ad%8d/#respond Tue, 13 May 2025 06:38:09 +0000 https://satyasambada.com/?p=2746 ଭୁବନେଶ୍ବର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବାଦବିବାଦ ମଧ୍ୟରେ ବିଜେଡିର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରିଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଶ୍ରୀ ପଣ୍ଡାଙ୍କ କାନ୍ଧରେ ଭୁବନେଶ୍ବର ବିଜେଡିର ମଙ୍ଗ ଧରାଇଛନ୍ତି। କିଛି ବର୍ଷ ବ୍ୟବଧାନ ପରେ ଶ୍ରୀ ପଣ୍ଡାଙ୍କୁ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଥିବାରୁ ତାଙ୍କ ପାଇଁ ଏବେ ଅନେକ ଆହ୍ବାନ ସୃଷ୍ଟି ହୋଇଛି। ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ପାଇଁ ଅନେକ ଆଶାୟୀ ରହିଥିଲେ ମଧ୍ୟ ଶ୍ରୀ ପଣ୍ଡାଙ୍କ ଉପରେ ନବୀନଙ୍କ ଭରସା ଏବେ ରାଜଧାନୀରେ ବିଜେଡି ରାଜନୀତିରେ ଉଷ୍ମତା ଭରିଛି। ବିଶେଷ କରି ଅଶୋକଙ୍କ ବିରୋଧୀ ଭାବେ ଜଣାଶୁଣା ନେତାଙ୍କ ପରବର୍ତ୍ତୀ ପଦକ୍ଷେପ ‌କ’ଣ ହେବ? ସେମାନେ ଅଶୋକଙ୍କ ନେତୃତ୍ବକୁ ଗ୍ରହଣ କରିବେ ତ? ନା ଅଶୋକଙ୍କୁ ବିରୋଧ କରି ଦଳ ଛାଡ଼ିବେ ତାହା ଉପରେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଦେଢ଼ ଦଶନ୍ଧିରୁ ଅଧିକ ସମୟ ଧରି ଭୁବନେଶ୍ବର ସଙ୍ଗଠନରେ ଅଶୋକଙ୍କ ପତିଆରା ରହିଛି। ୨୦୦୯ରେ ଏକାମ୍ର ନିର୍ବାଚନ ମଣ୍ଡଳୀ ଗଢ଼ା ହେବା ପରଠାରୁ ଲଗାତାର ୩ଥର ବିଜେଡିରୁ ପ୍ରାର୍ଥୀ ହୋଇ ଶ୍ରୀ ପଣ୍ଡା ବିଜୟୀ ହେଉଥିଲେ। ୨୦୦୯ରେ କଂଗ୍ରେସ, ୨୦୧୪ ଓ ୨୦୧୯ରେ ବିଜେପି ପ୍ରାର୍ଥୀଙ୍କଠାରୁ ବହୁ ଭୋଟ୍‌ ପାଇ ବିଜୟୀ ହେବା ସହ ‌ଖୋର୍ଦ୍ଧା ଜିଲ୍ଲାରୁ ଏକମାତ୍ର ବିଧାୟକ ଭାବେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ବାରମ୍ବାର ସ୍ଥାନ ପାଇଥିଲେ। ୨୦୨୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ବାବୁ ସିଂହଙ୍କ ଠାରୁ ଶ୍ରୀ ପଣ୍ଡା ପରାସ୍ତ ହୋଇଥିଲେ। ତେବେ ପରାଜିତ ହୋଇଥିଲେ ମଧ୍ୟ ଦଳର ସମସ୍ତ ବୈଠକ, ସମ୍ମିଳନୀ ସମେତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କର ଯୋଗଦାନ ରହୁଥିବା ଦେଖାଯାଇଥିଲା। ସେ ନବୀନଙ୍କ ଗୁଡ୍‌ ବୁକ୍‌ରେ ଥିଲେ ମଧ୍ୟ ଦ୍ବିତୀୟ କ୍ଷମତାକେନ୍ଦ୍ର ଭି କେ ପାଣ୍ଡିଆନଙ୍କ ପସନ୍ଦରେ କେବେ ନଥିଲେ। ତାହା ସତ୍ତ୍ବେ ତାଙ୍କୁ ପୁନର୍ବାର ଗୁରୁତ୍ବପୂର୍ଣ୍ଣ ଭୁବନେଶ୍ବର ଜିଲ୍ଲା ସଂଗଠନ ଦାୟିତ୍ବ ଦିଆଯାଇଛି। କିନ୍ତୁ ବିଜେଡି ଏବେ କ୍ଷମତାରେ ନଥିବାରୁ ସଂଗଠନ ସମ୍ଭାଳିବା ଅଶୋକଙ୍କ ପାଇଁ ଏତେ ସହଜ ହେବନି ବୋଲି ରାଜନୈତିକ ମହଲରେ ଅନୁମାନ କରାଯାଉଛି। 

]]>
https://satyasambada.com/2025/05/13/%e0%ac%85%e0%ac%b6%e0%ad%8b%e0%ac%95%e0%ac%99%e0%ad%8d%e0%ac%95-%e0%ac%89%e0%ac%aa%e0%ac%b0%e0%ad%87-%e0%ac%a8%e0%ac%ac%e0%ad%80%e0%ac%a8%e0%ac%99%e0%ad%8d%e0%ac%95-%e0%ac%86%e0%ac%b8%e0%ad%8d/feed/ 0
ବିଜେଡିର ବିଶାଳ ଟିମ୍‌: ୧୦ ବରିଷ୍ଠ ନେତାଙ୍କୁ ଛାମୁଆ ସଂଗଠନ ଦାୟିତ୍ବ, ରାଜ୍ୟ କମିଟିରେ ୮୧ ଜଣ https://satyasambada.com/2025/05/13/%e0%ac%ac%e0%ac%bf%e0%ac%9c%e0%ad%87%e0%ac%a1%e0%ac%bf%e0%ac%b0-%e0%ac%ac%e0%ac%bf%e0%ac%b6%e0%ac%be%e0%ac%b3-%e0%ac%9f%e0%ac%bf%e0%ac%ae%e0%ad%8d-%e0%ad%a7%e0%ad%a6-%e0%ac%ac%e0%ac%b0/ https://satyasambada.com/2025/05/13/%e0%ac%ac%e0%ac%bf%e0%ac%9c%e0%ad%87%e0%ac%a1%e0%ac%bf%e0%ac%b0-%e0%ac%ac%e0%ac%bf%e0%ac%b6%e0%ac%be%e0%ac%b3-%e0%ac%9f%e0%ac%bf%e0%ac%ae%e0%ad%8d-%e0%ad%a7%e0%ad%a6-%e0%ac%ac%e0%ac%b0/#respond Tue, 13 May 2025 06:36:47 +0000 https://satyasambada.com/?p=2743 ଭୁବନେଶ୍ବର: ବହୁ ଛକାପଞ୍ଝା ପରେ ବିଜେଡି ତା’ର ରାଜ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଶତାଧିକ ନେତାଙ୍କୁ ବିଭିନ୍ନ ପଦପଦବିରେ ଥଇଥାନ କରାଯାଇଛି। ରାଜ୍ୟ ଶାଖାରେ ୮୧ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ୧୦ଟି ଛାମୁଆ ସଂଗଠନର ଦାୟିତ୍ବ ଦିଆଯାଇଛି। ସଂଖ୍ୟାଲଘୁ ସେଲ୍‌ର ପୁନର୍ଗଠନ କରାଯାଇଥିବା ବେଳେ ୫ଟି ସାଂଗଠନିକ ଜିଲ୍ଲାର ସଭାପତି ନିଯୁକ୍ତି କରାଯାଇଛି। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସାଂଗଠନିକ ସମ୍ପାଦକ ପଦବିକୁ ହଟାଇ ଦିଆଯାଇଛି।

ବିଜେଡିର ରାଜ୍ୟ ଟିମ୍‌ରେ ୧୩ ଜଣ ବରିଷ୍ଠ ଉପସଭାପତି, ୧୦ ଜଣ ଉପସଭାପତି, ୨୨ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୩୫ ଜଣ ସାଧାରଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି। ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ବରିଷ୍ଠ ଉପସଭାପତି କରାଯାଇଛି। ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ରବିନାରାୟଣ ନନ୍ଦ, ଅଶ୍ବିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ ଓ ଶାରଦା ପ୍ରସାଦ ନାୟକଙ୍କୁ ଉପସଭାପତି ଏବଂ ସୁବାସ ସିଂହଙ୍କୁ କୋଷାଧ୍ୟକ୍ଷ କରାଯାଇଛି। ଏମାନଙ୍କ ମଧ୍ୟରୁ ଦେବୀପ୍ରସାଦ ମିଶ୍ର ଓ ପ୍ରତାପ ଜେନା ମୁଖ୍ୟାଳୟ ଦାୟିତ୍ବରେ ରହିବେ। ୬ ଜଣ ବରିଷ୍ଠ ଉପସଭାପତିଙ୍କୁ ୬ଟି ଛାମୁଆ ସଂଗଠନର ଆବାହକ କରାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜୁ କୃଷକ ଜନତା ଦଳ, ଅନଙ୍ଗଉଦୟ ସିଂହଦେଓଙ୍କୁ ବିଜେଡି ଆଞ୍ଚଳିକ ବିକାଶ ସେଲ୍‌, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସମବାୟ ସେଲ୍‌, ବଦ୍ରିନାରାୟଣ ପାତ୍ରଙ୍କୁ ଶିକ୍ଷା ଓ ଶିକ୍ଷକ ସେଲ୍‌, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ମତ୍ସ୍ୟଜୀବୀ ସେଲ୍‌ ଓ ମଙ୍ଗଳା କିଷାନଙ୍କୁ ଅନୁସୂଚିତ ଜନଜାତି ସେଲ୍‌ର ଆବାହକ ଦାୟିତ୍ବ ଦିଆଯାଇଛି। ସେହିପରି ଉପସଭାପତି ଦେବାଶିଷ ସାମନ୍ତରାୟଙ୍କୁ ବରିଷ୍ଠ ନାଗରିକ ‌ସେଲ୍‌ ଓ ଅରୁଣ କୁମାର ସାହୁଙ୍କୁ ଓବିସି ସେଲ୍‌ର ଆବାହକ ଭାବେ ନିଯୁକ୍ତି ମିଳିଛି। ବରି‌ଷ୍ଠ ସାଧାରଣ ସମ୍ପାଦକ ମହେଶ ସାହୁଙ୍କୁ ଅନୁସୂଚିତ ଜାତି ସେଲ୍‌ ଓ ଅମର ପଟ୍ଟନାୟକଙ୍କୁ ଆଇଟି ଓ ସାମାଜିକ ଗଣମାଧ୍ୟମ ସେଲ୍‌ ଦାୟିତ୍ବ ଦିଆଯାଇଛି। 

]]>
https://satyasambada.com/2025/05/13/%e0%ac%ac%e0%ac%bf%e0%ac%9c%e0%ad%87%e0%ac%a1%e0%ac%bf%e0%ac%b0-%e0%ac%ac%e0%ac%bf%e0%ac%b6%e0%ac%be%e0%ac%b3-%e0%ac%9f%e0%ac%bf%e0%ac%ae%e0%ad%8d-%e0%ad%a7%e0%ad%a6-%e0%ac%ac%e0%ac%b0/feed/ 0
ଏହାକୁ କ’ଣ ପ୍ରତିଶୋଧ କୁହାଯାଏ: ପହଲଗାମ ଆକ୍ରମଣକୁ ନେଇ ମୋଦୀଙ୍କ ଉପରେ ବର୍ଷିଲା ଶିବସେନା https://satyasambada.com/2025/05/13/%e0%ac%8f%e0%ac%b9%e0%ac%be%e0%ac%95%e0%ad%81-%e0%ac%95%e0%ac%a3-%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf%e0%ac%b6%e0%ad%8b%e0%ac%a7-%e0%ac%95%e0%ad%81%e0%ac%b9%e0%ac%be%e0%ac%af/ https://satyasambada.com/2025/05/13/%e0%ac%8f%e0%ac%b9%e0%ac%be%e0%ac%95%e0%ad%81-%e0%ac%95%e0%ac%a3-%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf%e0%ac%b6%e0%ad%8b%e0%ac%a7-%e0%ac%95%e0%ad%81%e0%ac%b9%e0%ac%be%e0%ac%af/#respond Tue, 13 May 2025 06:35:46 +0000 https://satyasambada.com/?p=2740 ମୁମ୍ବାଇ:ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଲୋକ ପ୍ରାଣ ହରାଇଥିଲେ। ଆକ୍ରମଣକୁ ୧୨ ଦିନ ବିତିଗଲାଣି। ଏହା ପରେ ମଧ୍ୟ ପାକିସ୍ତାନ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି କାରଣରୁ ଏବେ ଶିବସେନା (ୟୁବିଟି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛି।

ଶିବସେନା କହିଛି, ଯଦି ତୁମେ ପ୍ରତିଶୋଧ ନେବାକୁ ଚାହୁଁଛ ତେବେ ଇନ୍ଦିରା ଗାନ୍ଧୀଙ୍କଠାରୁ ଶିଖ। ତାଙ୍କର କାର୍ଯ୍ୟକଳାପରୁ ପ୍ରତିଶୋଧ କାହାକୁ କୁହାଯାଏ ତାହା ଜାଣନ୍ତୁ ବୋଲି ସେ କହିଛନ୍ତି।

ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ୧୨  ଦିନ ବିତିଗଲାଣି, ଆତଙ୍କବାଦୀ ଆକ୍ରମଣରେ ଆମର ୨୬ ଜଣ ଲୋକ ପ୍ରାଣ ହରାଇଲେ, କିନ୍ତୁ ସରକାର ଏପର୍ଯ୍ୟନ୍ତ କେଉଁ ପ୍ରତିଶୋଧ ନେଇଛି? କେବଳ ବେକାର ଖବର ଆସୁଛି। ପ୍ରତିଶୋଧ ନେଇ ସରକାର କେବଳ ୨୧ ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବନ୍ଦ କରିଦେଇଛନ୍ତି ଏବଂ ପାକିସ୍ତାନ ହାଇକମିସନର କର୍ମଚାରୀ ସଂଖ୍ୟାକୁ ହ୍ରାସ କରିଛନ୍ତି। ଏହାକୁ ପ୍ରତିଶୋଧ କୁହାଯିବ କି?

ସେ କହିଛନ୍ତି ମୋଦୀ ନିଜର ରାଜନୈତିକ ବିରୋଧୀମାନଙ୍କ ଉପରେ ଯେବେ ପ୍ରତିଶୋଧ ନିଅନ୍ତି ସେତେବେଳେ ସେମାନେ ସେମାନଙ୍କର ପାର୍ଟି ଭାଙ୍ଗି ଦିଅନ୍ତି, ଜେଲ୍‌ରେ ବନ୍ଦ କରି ଦିଅନ୍ତି।  ସେମାନଙ୍କ ଜୀବନ ନଷ୍ଟ କରି ଦିଅନ୍ତି। ସେମାନଙ୍କ ପରିବାରକୁ ହଇରାଣ କରନ୍ତି, କିନ୍ତୁ ପାକିସ୍ତାନ କ୍ଷେତ୍ରରେ, ଆକାଶ ମାର୍ଗ ବନ୍ଦ କରି ଏବଂ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକୁ ବନ୍ଦ କରିବା ଦ୍ବାରା କ’ଣ କିଛି ପରିବର୍ତ୍ତନ ଆସିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସଞ୍ଜୟ ରାଉତ କହିଛନ୍ତି ଯେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଯଦି ତୁମେ ଜାଣିବାକୁ ଚାହୁଁଛ ଯେ, କି ପ୍ରକାରର ପ୍ରତିଶୋଧ ଆବଶ୍ୟକ, ତେବେ ଇନ୍ଦିରା ଗାନ୍ଧୀଙ୍କ ଇତିହାସ ଦେଖନ୍ତୁ। ମୋଦୀ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଈର୍ଷା ମନୋଭାବ ରଖନ୍ତି।

ମୋଦୀ କାହାକୁ ବୋକା ବନାଉଛନ୍ତି? ପ୍ରଧାନମନ୍ତ୍ରୀ ଏଠାକୁ ସେଠାକୁ ଘୁରି ବୁଲୁଛନ୍ତି, ଲୋକଙ୍କୁ ଆଲିଙ୍ଗନ କରୁଛନ୍ତି, ଏହାକୁ ପ୍ରତିଶୋଧ କୁହାଯାଏ ନାହିଁ। ଏବେ ମୁଁ ଡରୁଛି ଯେ, ଯଦି ଏହି ଦେଶରେ ଏପରି ଶାସକ ଅଛନ୍ତି ଏବଂ ଶତ୍ରୁ ଏତେ ନିର୍ଭୀକ, ତେବେ ଆମର ପ୍ରତିଶୋଧର ଏକମାତ୍ର ନୀତି ହେଉଛି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିବା।

ରାଉତ ଏହାକୁ ଶାସକ ବିଜେପିର ବିଫଳତା ବୋଲି କହି କହିଛନ୍ତି ଯେ, ଯୁଦ୍ଧ ସମୟରେ ଦେଶ ଏକ ହୋଇ ସତ୍ୟର ସାମ୍ନା କରିବା ଉଚିତ୍, କିନ୍ତୁ ବିଜେପି ଘୃଣାର ରାଜନୀତିରେ ଲିପ୍ତ ରହିଛି। ଏଭଳି ସଙ୍କଟ ସମୟରେ ଦେଶରେ ବିଭାଜନ ପାଇଁ କେବଳ ହିନ୍ଦୁ ମୁସଲମାନଙ୍କୁ ନେଇ କଥା କହୁଛି।

]]>
https://satyasambada.com/2025/05/13/%e0%ac%8f%e0%ac%b9%e0%ac%be%e0%ac%95%e0%ad%81-%e0%ac%95%e0%ac%a3-%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf%e0%ac%b6%e0%ad%8b%e0%ac%a7-%e0%ac%95%e0%ad%81%e0%ac%b9%e0%ac%be%e0%ac%af/feed/ 0
ଦିନେ ମୁଁ ନିଶ୍ଚିତ ମୁଖ୍ୟମନ୍ତ୍ରୀ ହେବି: ମନକଥା ଖୋଲି କହିଲେ ଅଜିତ ପାୱାର https://satyasambada.com/2025/05/13/%e0%ac%a6%e0%ac%bf%e0%ac%a8%e0%ad%87-%e0%ac%ae%e0%ad%81%e0%ac%81-%e0%ac%a8%e0%ac%bf%e0%ac%b6%e0%ad%8d%e0%ac%9a%e0%ac%bf%e0%ac%a4-%e0%ac%ae%e0%ad%81%e0%ac%96%e0%ad%8d%e0%ad%9f%e0%ac%ae%e0%ac%a8/ https://satyasambada.com/2025/05/13/%e0%ac%a6%e0%ac%bf%e0%ac%a8%e0%ad%87-%e0%ac%ae%e0%ad%81%e0%ac%81-%e0%ac%a8%e0%ac%bf%e0%ac%b6%e0%ad%8d%e0%ac%9a%e0%ac%bf%e0%ac%a4-%e0%ac%ae%e0%ad%81%e0%ac%96%e0%ad%8d%e0%ad%9f%e0%ac%ae%e0%ac%a8/#respond Tue, 13 May 2025 06:34:44 +0000 https://satyasambada.com/?p=2737 ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି, କିନ୍ତୁ ସେ ଆଶା ଛାଡି ନାହାନ୍ତି। ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ, ଦିନେ ସେ ନିଶ୍ଚିତ ଭାବରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ଅଜିତ ପାୱାର ମୁମ୍ବାଇରେ ଆୟୋଜିତ ମହାରାଷ୍ଟ୍ର ମହୋତ୍ସବ ମହୋତ୍ସବରେ ଏହା କହିଛନ୍ତି। ଯେତେବେଳେ ତାଙ୍କୁ ପଚରାଗଲା ଯେ, ଏବେ ରାଜ୍ୟରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିବା ଉଚିତ୍।

ଏହା ଉପରେ ଅଜିତ କହିଥିଲେ ଯେ, ଏହା ଏକ ଭଲ କଥା କିନ୍ତୁ ଏଥିପାଇଁ ଯୋଗ ସୃଷ୍ଟି ହେବା ଆବଶ୍ୟକ। ସେ କହିଥିଲେ ଯେ, ମୁଁ ମଧ୍ୟ ଭାବୁଛି ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ଉଚିତ୍ କିନ୍ତୁ ମୋତେ ଏପର୍ଯ୍ୟନ୍ତ ସୁଯୋଗ ମିଳିନାହିଁ। ଏହା ସହିତ ସେ ନିଜ ମନକଥା ଖୋଲି କହିଥିଲେ ଯେ, କେବେ ନା କେବେ ନିଶ୍ଚିତ ଭାବରେ ଏପରି ଦିନ ଆସିବ ଯେତେବେଳେ ମୁଁ ମଧ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରେ ବସିବି।

୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମାପ୍ତ ହେବା ପରେ, ଅଜିତ ପାୱାର ଷଷ୍ଠ ଥର ପାଇଁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ସେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି ସରକାରରେ ସେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଥିଲେ। ଅଘାଡ଼ି ସରକାରର ପତନ ପରେ, ସେ ତାଙ୍କ କାକା ଶରଦ ପାୱାରଙ୍କୁ ଛାଡି ବିଜେପିର ମହାୟୁତି ମେଣ୍ଟରେ ଯୋଗ ଦେଇଥିଲେ। ଏହି ସରକାରରେ ମଧ୍ୟ ତାଙ୍କୁ ଡିସିଏମ କରାଯାଇଥିଲା।

ତଥାପି, ଅଜିତଙ୍କର ଗତ କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ଅଛି, ଯାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ସେ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ, ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କୁ ତାଙ୍କ କାକା ଶରଦ ପାୱାରଙ୍କଠାରୁ ଆଶାନୁରୂପ ସମର୍ଥନ ମିଳି ନଥିଲା।

]]>
https://satyasambada.com/2025/05/13/%e0%ac%a6%e0%ac%bf%e0%ac%a8%e0%ad%87-%e0%ac%ae%e0%ad%81%e0%ac%81-%e0%ac%a8%e0%ac%bf%e0%ac%b6%e0%ad%8d%e0%ac%9a%e0%ac%bf%e0%ac%a4-%e0%ac%ae%e0%ad%81%e0%ac%96%e0%ad%8d%e0%ad%9f%e0%ac%ae%e0%ac%a8/feed/ 0
‘ଜଳବାୟୁ ପରିବର୍ତ୍ତନ ଦାଦନ ଧାରା ବଢ଼ାଇଛି’ https://satyasambada.com/2025/05/13/%e0%ac%9c%e0%ac%b3%e0%ac%ac%e0%ac%be%e0%ad%9f%e0%ad%81-%e0%ac%aa%e0%ac%b0%e0%ac%bf%e0%ac%ac%e0%ac%b0%e0%ad%8d%e0%ac%a4%e0%ad%8d%e0%ac%a4%e0%ac%a8-%e0%ac%a6%e0%ac%be%e0%ac%a6%e0%ac%a8/ https://satyasambada.com/2025/05/13/%e0%ac%9c%e0%ac%b3%e0%ac%ac%e0%ac%be%e0%ad%9f%e0%ad%81-%e0%ac%aa%e0%ac%b0%e0%ac%bf%e0%ac%ac%e0%ac%b0%e0%ad%8d%e0%ac%a4%e0%ad%8d%e0%ac%a4%e0%ac%a8-%e0%ac%a6%e0%ac%be%e0%ac%a6%e0%ac%a8/#respond Tue, 13 May 2025 06:21:08 +0000 https://satyasambada.com/?p=2734 ବ୍ରହ୍ମପୁର: ଜଳବାୟୁର ପରିବର୍ତ୍ତନ ଯୋଗୁଁ ଚାଷକାମ ବେଶ ପ୍ରଭାବିତ ହୋଇଛି। ପ୍ରକୃତ ଚାଷୀଙ୍କ ପାଖରେ ଜମି ନଥିବା ବେଳେ ଭାଗଚାଷୀ ପ୍ରତିବର୍ଷ ପ୍ରାକୃତିକ ଦୁର୍ବିପାକର ଶିକାର ହେଉଛନ୍ତି।  ଫଳରେ ଚାଷୀ ଚାଷ କାମରୁ ମୁହଁ ଫେରାଉଥିବା ବେଳେ ଯୁବପିଢ଼ି ଅଧିକ ରୋଜଗାର ଆଶାରେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି। ଶିଳ୍ପବିହୀନ ଗଂଜାମ ଜିଲ୍ଲାରେ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯିବା ଏକ ଧାରାରେ ପରିଣତ ହୋଇଛି ବୋଲି ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ‘ଚାଷ ଛାଡ଼ି ଦାଦନମୁହାଁ’ ସମ୍ପର୍କିତ ଏକ ଆଲୋଚନାଚକ୍ରରେ ସକ୍ରେଟସ୍‌ର ନିର୍ଦ୍ଦେଶକ ଦେବଜିତ୍‌ ମିଶ୍ର, ଚାଷୀନେତା ତଥା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ବରିଷ୍ଠ ସମାଜସେବୀ ଶ୍ରୀକାନ୍ତ ପାଢ଼ୀ ପ୍ରମୁଖ ଯୋଗ ଦେଇ ମତ ରଖିଛନ୍ତି। 

]]>
https://satyasambada.com/2025/05/13/%e0%ac%9c%e0%ac%b3%e0%ac%ac%e0%ac%be%e0%ad%9f%e0%ad%81-%e0%ac%aa%e0%ac%b0%e0%ac%bf%e0%ac%ac%e0%ac%b0%e0%ad%8d%e0%ac%a4%e0%ad%8d%e0%ac%a4%e0%ac%a8-%e0%ac%a6%e0%ac%be%e0%ac%a6%e0%ac%a8/feed/ 0
ସଙ୍କଟରେ ଚିଲିକା: ‘ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବଦଳିଛି ରୂପ’ https://satyasambada.com/2025/05/13/%e0%ac%b8%e0%ac%99%e0%ad%8d%e0%ac%95%e0%ac%9f%e0%ac%b0%e0%ad%87-%e0%ac%9a%e0%ac%bf%e0%ac%b2%e0%ac%bf%e0%ac%95%e0%ac%be-%e0%ac%9c%e0%ac%b3%e0%ac%ac%e0%ac%be%e0%ad%9f%e0%ad%81-%e0%ac%aa/ https://satyasambada.com/2025/05/13/%e0%ac%b8%e0%ac%99%e0%ad%8d%e0%ac%95%e0%ac%9f%e0%ac%b0%e0%ad%87-%e0%ac%9a%e0%ac%bf%e0%ac%b2%e0%ac%bf%e0%ac%95%e0%ac%be-%e0%ac%9c%e0%ac%b3%e0%ac%ac%e0%ac%be%e0%ad%9f%e0%ad%81-%e0%ac%aa/#respond Tue, 13 May 2025 06:20:29 +0000 https://satyasambada.com/?p=2731 ବ୍ରହ୍ମପୁର: ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ନୀଳାମ୍ବୁ ଚିଲିକାର ରୂପ ବଦଳି ଯାଇଛି। ନଦୀନାଳରେ ଆସୁଥିବା ପଟୁମାଟି ଯୋଗୁଁ ଚିଲିକା ସଂକୁଚିତ ହୋଇଛି। ଚିଙ୍ଗୁଡ଼ି ଚାଷରେ ବ୍ୟବହୃତ ରାସାୟନିକ ପଦାର୍ଥରେ ଏହାର ଜଳ ପ୍ରଦୂଷିତ ହୋଇଛି। ପର୍ଯ୍ୟଟକଙ୍କ ବର୍ଜ୍ୟବସ୍ତୁ  ଓ ଚିଙ୍ଗୁଡ଼ି ଘେରି ଜାଲ ଯୋଗୁଁ ପ୍ଲାଷ୍ଟିକ ପ୍ରଦୂଷଣର ମାତ୍ରା ବଢ଼ିଛି। ନଦୀ ଓ ନାଳ ପାଣି ମିଶୁଥିବାରୁ ଚିଲିକା ପାଣିର ଲବଣତା ମାତ୍ରା କମିଛି। ଚିଲିକାରେ ଥିବା ବିଭିନ୍ନ ପ୍ରଜାତିର ମାଛ ଲୋକ ପାଉଥିବା ବେଳେ ପ୍ରାକୃତିକ ଭାବେ ବହୁଳ ମାତ୍ରାରେ ମିଳୁଥିବା କଙ୍କଡ଼ା ଆଗ ଭଳି ମିଳୁନାହିଁ। ପରିବେଶ ପରିବର୍ତ୍ତନ ଯୋଗୁଁ ୨ ଲକ୍ଷ ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି କୁହାଯାଉଥିବା ଚିଲିକା ଆଜି ସଙ୍କଟରେ। ହେଲେ ଏସବୁ ସମସ୍ୟାର ସମାଧାନ ବାଟ ଆମ ପାଖରେ ରହିଛି।  ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ‘ସଙ୍କଟ‌ରେ ଚିଲିକା’ ଶୀର୍ଷକ ଆଲୋଚନାଚକ୍ରରେ ଏଭଳି ମତ ପୋଷଣ କରିଛନ୍ତି ଉପସ୍ଥିତ ପରିବେଶବିତ୍‌। 

]]>
https://satyasambada.com/2025/05/13/%e0%ac%b8%e0%ac%99%e0%ad%8d%e0%ac%95%e0%ac%9f%e0%ac%b0%e0%ad%87-%e0%ac%9a%e0%ac%bf%e0%ac%b2%e0%ac%bf%e0%ac%95%e0%ac%be-%e0%ac%9c%e0%ac%b3%e0%ac%ac%e0%ac%be%e0%ad%9f%e0%ad%81-%e0%ac%aa/feed/ 0
ସାଆନ୍ତେ ଆସିବେ ବୋଲି… ସିଙ୍ଗଡ଼ା ବାଡ଼ିଆ ଅନୁକୂଳ https://satyasambada.com/2025/05/13/%e0%ac%b8%e0%ac%be%e0%ac%86%e0%ac%a8%e0%ad%8d%e0%ac%a4%e0%ad%87-%e0%ac%86%e0%ac%b8%e0%ac%bf%e0%ac%ac%e0%ad%87-%e0%ac%ac%e0%ad%8b%e0%ac%b2%e0%ac%bf-%e0%ac%b8%e0%ac%bf%e0%ac%99%e0%ad%8d%e0%ac%97/ https://satyasambada.com/2025/05/13/%e0%ac%b8%e0%ac%be%e0%ac%86%e0%ac%a8%e0%ad%8d%e0%ac%a4%e0%ad%87-%e0%ac%86%e0%ac%b8%e0%ac%bf%e0%ac%ac%e0%ad%87-%e0%ac%ac%e0%ad%8b%e0%ac%b2%e0%ac%bf-%e0%ac%b8%e0%ac%bf%e0%ac%99%e0%ad%8d%e0%ac%97/#respond Tue, 13 May 2025 06:19:48 +0000 https://satyasambada.com/?p=2728 ପୁରୀ: ରଥ ନିର୍ମାଣର ଆଜି ଥିଲା ଦ୍ବାଦଶ ଦିବସ। ଗତକାଲି ଶ୍ରୀ ନୃସିଂହ ଦେବଙ୍କ ଜନ୍ମ ତିଥିରେ ବିଧି ମତେ ଗୁଜ କାଠ, ଅର, ତଥା ତୁମ୍ବରେ ଅର ସଂଯୋଗ ଏବଂ ଚଉପଟ ସାଲ ଗୁଜରେ ରୂପକାର ସେବକଙ୍କ ଦ୍ୱାରା ଶ୍ରୀନୃସିଂହ ଦେବଙ୍କ ରୂପ ଖୋଦେଇ ଅନୁକୂଳ ପର୍ବ କରାଯାଇଥିଲା। ଆଜି ରଥ ନିର୍ମାଣର ଦ୍ୱାଦଶ ଦିନରେ ରଥ ଖଳା ଯନ୍ତା ଗାଡ଼ଠାରେ ତିନି ରଥର ଗୋଟିଏ ଗୋଟିଏ ନାହାକା ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ପୂଜା କରାଯାଇଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକଙ୍କ ସହଯୋଗରେ ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ସମ୍ପନ୍ନ ହୋଇଅଛି। ଆଜି ତିନି ରଥର ଦୁଇ ଦୁଇଟି ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ ପରେ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକମାନେ ତିନିରଥ ମହାରଣା ସେବକମାନଙ୍କୁ ଯୋଗାଇ ଦେଇଥିଲେ। ତିନିରଥ ମହାରଣା ସେବକ ସିଙ୍ଗଡ଼ାରେ ପଇ ରଖି ମାପ ଚିହ୍ନ ପକାଇବା ସହ ମାପ ପ୍ରକାରେ ବଳକା ଅରକୁ କାଟି ସାଲ କରିଥିଲେ। ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନଙ୍କ ସହଯୋଗରେ ତୁମ୍ବ ବିନ୍ଧ କାରିଗରଙ୍କୁ ଯୋଗାଇ ଥିଲେ। ତୁମ୍ବ ବିନ୍ଧ କାରିଗର ତିନି ରଥର ଗୋଟିଏ ଗୋଟିଏ ତୁମ୍ବର ଅଖ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି।

]]>
https://satyasambada.com/2025/05/13/%e0%ac%b8%e0%ac%be%e0%ac%86%e0%ac%a8%e0%ad%8d%e0%ac%a4%e0%ad%87-%e0%ac%86%e0%ac%b8%e0%ac%bf%e0%ac%ac%e0%ad%87-%e0%ac%ac%e0%ad%8b%e0%ac%b2%e0%ac%bf-%e0%ac%b8%e0%ac%bf%e0%ac%99%e0%ad%8d%e0%ac%97/feed/ 0
ବଜ୍ରାଘାତରେ ଟଳିପଡ଼ିଲେ ଜେଜେବାପା, ନାତି https://satyasambada.com/2025/05/13/%e0%ac%ac%e0%ac%9c%e0%ad%8d%e0%ac%b0%e0%ac%be%e0%ac%98%e0%ac%be%e0%ac%a4%e0%ac%b0%e0%ad%87-%e0%ac%9f%e0%ac%b3%e0%ac%bf%e0%ac%aa%e0%ac%a1%e0%ac%bc%e0%ac%bf%e0%ac%b2%e0%ad%87-%e0%ac%9c%e0%ad%87%e0%ac%9c/ https://satyasambada.com/2025/05/13/%e0%ac%ac%e0%ac%9c%e0%ad%8d%e0%ac%b0%e0%ac%be%e0%ac%98%e0%ac%be%e0%ac%a4%e0%ac%b0%e0%ad%87-%e0%ac%9f%e0%ac%b3%e0%ac%bf%e0%ac%aa%e0%ac%a1%e0%ac%bc%e0%ac%bf%e0%ac%b2%e0%ad%87-%e0%ac%9c%e0%ad%87%e0%ac%9c/#respond Tue, 13 May 2025 06:19:02 +0000 https://satyasambada.com/?p=2725 ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜରଡ଼ା ଥାନା ଅଧୀନ ପଦାଦିଗି ପଞ୍ଚାୟତ ନାରାୟଣପୁର ଗ୍ରାମରେ ଆଜି ବଜ୍ରାଘାତରେ ସଂପର୍କୀୟ ଜେଜେବାପା ଓ ନାତିଙ୍କ ଜୀବନ ଯାଇଛି। ମୃତକମାନେ ‌ହେଲେ ଏମ୍‌. ସାକିଲି କନ୍ୟାରୀ (୫୫) ଓ ତାଙ୍କ ନାତି ତଥା ଏମ୍‌. ସାନେୟା କନ୍ୟାରୀଙ୍କ ଏକମାତ୍ର ପୁଅ ଏମ୍‌. ଭୁବେଶୁ କନ୍ୟାରୀ (୨୦)। ସବୁଦିନ ଭଳି ଆଜି ଜେଜେବାପା ଓ ନାତି ଗାଈ, ଛେଳି ଓ ମଇଁଷି ଚରାଇବାକୁ ଅନ୍ୟମାନଙ୍କ ସହ ବଗି ନଦୀ ନିକଟକୁ ଯାଇଥିଲେ।

ମଧ୍ୟାହ୍ନଭୋଜନ କରିବାକୁ ଉଭୟ ଗଛ ତଳେ ବସିଥିବା ବେଳେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା। ବଜ୍ରାଘାତରେ ସାକିଲି ଓ ଭୁବେଶୁ ଅଚେତ ହୋଇପଡ଼ିବାରୁ ଅନ୍ୟମାନେ ଉଭୟଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାର ହେବା କ୍ଷଣି କାନ୍ଦ‌ବୋବାଳିରେ ଡାକ୍ତରଖାନା ପରିବେଶ ଫାଟି ପଡ଼ିଥିଲା। ପୁଲିସ ପହଞ୍ଚି ଶବକୁ ଜବତ କରିଛି।

]]>
https://satyasambada.com/2025/05/13/%e0%ac%ac%e0%ac%9c%e0%ad%8d%e0%ac%b0%e0%ac%be%e0%ac%98%e0%ac%be%e0%ac%a4%e0%ac%b0%e0%ad%87-%e0%ac%9f%e0%ac%b3%e0%ac%bf%e0%ac%aa%e0%ac%a1%e0%ac%bc%e0%ac%bf%e0%ac%b2%e0%ad%87-%e0%ac%9c%e0%ad%87%e0%ac%9c/feed/ 0