ODISHA – SATYA SAMBADA https://satyasambada.com Publish Truth Tue, 13 May 2025 06:38:09 +0000 en-US hourly 1 https://wordpress.org/?v=6.8.1 https://satyasambada.com/wp-content/uploads/2020/07/tg-logo.jpg ODISHA – SATYA SAMBADA https://satyasambada.com 32 32 ଅଶୋକଙ୍କ ଉପରେ ନବୀନଙ୍କ ଆସ୍ଥା: ଅସନ୍ତୁଷ୍ଟଙ୍କୁ ମନାଇବାରେ ସକ୍ଷମ ହେବେ ତ? https://satyasambada.com/2025/05/13/%e0%ac%85%e0%ac%b6%e0%ad%8b%e0%ac%95%e0%ac%99%e0%ad%8d%e0%ac%95-%e0%ac%89%e0%ac%aa%e0%ac%b0%e0%ad%87-%e0%ac%a8%e0%ac%ac%e0%ad%80%e0%ac%a8%e0%ac%99%e0%ad%8d%e0%ac%95-%e0%ac%86%e0%ac%b8%e0%ad%8d/ https://satyasambada.com/2025/05/13/%e0%ac%85%e0%ac%b6%e0%ad%8b%e0%ac%95%e0%ac%99%e0%ad%8d%e0%ac%95-%e0%ac%89%e0%ac%aa%e0%ac%b0%e0%ad%87-%e0%ac%a8%e0%ac%ac%e0%ad%80%e0%ac%a8%e0%ac%99%e0%ad%8d%e0%ac%95-%e0%ac%86%e0%ac%b8%e0%ad%8d/#respond Tue, 13 May 2025 06:38:09 +0000 https://satyasambada.com/?p=2746 ଭୁବନେଶ୍ବର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବାଦବିବାଦ ମଧ୍ୟରେ ବିଜେଡିର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରିଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଶ୍ରୀ ପଣ୍ଡାଙ୍କ କାନ୍ଧରେ ଭୁବନେଶ୍ବର ବିଜେଡିର ମଙ୍ଗ ଧରାଇଛନ୍ତି। କିଛି ବର୍ଷ ବ୍ୟବଧାନ ପରେ ଶ୍ରୀ ପଣ୍ଡାଙ୍କୁ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଥିବାରୁ ତାଙ୍କ ପାଇଁ ଏବେ ଅନେକ ଆହ୍ବାନ ସୃଷ୍ଟି ହୋଇଛି। ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ପାଇଁ ଅନେକ ଆଶାୟୀ ରହିଥିଲେ ମଧ୍ୟ ଶ୍ରୀ ପଣ୍ଡାଙ୍କ ଉପରେ ନବୀନଙ୍କ ଭରସା ଏବେ ରାଜଧାନୀରେ ବିଜେଡି ରାଜନୀତିରେ ଉଷ୍ମତା ଭରିଛି। ବିଶେଷ କରି ଅଶୋକଙ୍କ ବିରୋଧୀ ଭାବେ ଜଣାଶୁଣା ନେତାଙ୍କ ପରବର୍ତ୍ତୀ ପଦକ୍ଷେପ ‌କ’ଣ ହେବ? ସେମାନେ ଅଶୋକଙ୍କ ନେତୃତ୍ବକୁ ଗ୍ରହଣ କରିବେ ତ? ନା ଅଶୋକଙ୍କୁ ବିରୋଧ କରି ଦଳ ଛାଡ଼ିବେ ତାହା ଉପରେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଦେଢ଼ ଦଶନ୍ଧିରୁ ଅଧିକ ସମୟ ଧରି ଭୁବନେଶ୍ବର ସଙ୍ଗଠନରେ ଅଶୋକଙ୍କ ପତିଆରା ରହିଛି। ୨୦୦୯ରେ ଏକାମ୍ର ନିର୍ବାଚନ ମଣ୍ଡଳୀ ଗଢ଼ା ହେବା ପରଠାରୁ ଲଗାତାର ୩ଥର ବିଜେଡିରୁ ପ୍ରାର୍ଥୀ ହୋଇ ଶ୍ରୀ ପଣ୍ଡା ବିଜୟୀ ହେଉଥିଲେ। ୨୦୦୯ରେ କଂଗ୍ରେସ, ୨୦୧୪ ଓ ୨୦୧୯ରେ ବିଜେପି ପ୍ରାର୍ଥୀଙ୍କଠାରୁ ବହୁ ଭୋଟ୍‌ ପାଇ ବିଜୟୀ ହେବା ସହ ‌ଖୋର୍ଦ୍ଧା ଜିଲ୍ଲାରୁ ଏକମାତ୍ର ବିଧାୟକ ଭାବେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ବାରମ୍ବାର ସ୍ଥାନ ପାଇଥିଲେ। ୨୦୨୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ବାବୁ ସିଂହଙ୍କ ଠାରୁ ଶ୍ରୀ ପଣ୍ଡା ପରାସ୍ତ ହୋଇଥିଲେ। ତେବେ ପରାଜିତ ହୋଇଥିଲେ ମଧ୍ୟ ଦଳର ସମସ୍ତ ବୈଠକ, ସମ୍ମିଳନୀ ସମେତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କର ଯୋଗଦାନ ରହୁଥିବା ଦେଖାଯାଇଥିଲା। ସେ ନବୀନଙ୍କ ଗୁଡ୍‌ ବୁକ୍‌ରେ ଥିଲେ ମଧ୍ୟ ଦ୍ବିତୀୟ କ୍ଷମତାକେନ୍ଦ୍ର ଭି କେ ପାଣ୍ଡିଆନଙ୍କ ପସନ୍ଦରେ କେବେ ନଥିଲେ। ତାହା ସତ୍ତ୍ବେ ତାଙ୍କୁ ପୁନର୍ବାର ଗୁରୁତ୍ବପୂର୍ଣ୍ଣ ଭୁବନେଶ୍ବର ଜିଲ୍ଲା ସଂଗଠନ ଦାୟିତ୍ବ ଦିଆଯାଇଛି। କିନ୍ତୁ ବିଜେଡି ଏବେ କ୍ଷମତାରେ ନଥିବାରୁ ସଂଗଠନ ସମ୍ଭାଳିବା ଅଶୋକଙ୍କ ପାଇଁ ଏତେ ସହଜ ହେବନି ବୋଲି ରାଜନୈତିକ ମହଲରେ ଅନୁମାନ କରାଯାଉଛି। 

]]>
https://satyasambada.com/2025/05/13/%e0%ac%85%e0%ac%b6%e0%ad%8b%e0%ac%95%e0%ac%99%e0%ad%8d%e0%ac%95-%e0%ac%89%e0%ac%aa%e0%ac%b0%e0%ad%87-%e0%ac%a8%e0%ac%ac%e0%ad%80%e0%ac%a8%e0%ac%99%e0%ad%8d%e0%ac%95-%e0%ac%86%e0%ac%b8%e0%ad%8d/feed/ 0
ସଙ୍କଟରେ ଚିଲିକା: ‘ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବଦଳିଛି ରୂପ’ https://satyasambada.com/2025/05/13/%e0%ac%b8%e0%ac%99%e0%ad%8d%e0%ac%95%e0%ac%9f%e0%ac%b0%e0%ad%87-%e0%ac%9a%e0%ac%bf%e0%ac%b2%e0%ac%bf%e0%ac%95%e0%ac%be-%e0%ac%9c%e0%ac%b3%e0%ac%ac%e0%ac%be%e0%ad%9f%e0%ad%81-%e0%ac%aa/ https://satyasambada.com/2025/05/13/%e0%ac%b8%e0%ac%99%e0%ad%8d%e0%ac%95%e0%ac%9f%e0%ac%b0%e0%ad%87-%e0%ac%9a%e0%ac%bf%e0%ac%b2%e0%ac%bf%e0%ac%95%e0%ac%be-%e0%ac%9c%e0%ac%b3%e0%ac%ac%e0%ac%be%e0%ad%9f%e0%ad%81-%e0%ac%aa/#respond Tue, 13 May 2025 06:20:29 +0000 https://satyasambada.com/?p=2731 ବ୍ରହ୍ମପୁର: ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ନୀଳାମ୍ବୁ ଚିଲିକାର ରୂପ ବଦଳି ଯାଇଛି। ନଦୀନାଳରେ ଆସୁଥିବା ପଟୁମାଟି ଯୋଗୁଁ ଚିଲିକା ସଂକୁଚିତ ହୋଇଛି। ଚିଙ୍ଗୁଡ଼ି ଚାଷରେ ବ୍ୟବହୃତ ରାସାୟନିକ ପଦାର୍ଥରେ ଏହାର ଜଳ ପ୍ରଦୂଷିତ ହୋଇଛି। ପର୍ଯ୍ୟଟକଙ୍କ ବର୍ଜ୍ୟବସ୍ତୁ  ଓ ଚିଙ୍ଗୁଡ଼ି ଘେରି ଜାଲ ଯୋଗୁଁ ପ୍ଲାଷ୍ଟିକ ପ୍ରଦୂଷଣର ମାତ୍ରା ବଢ଼ିଛି। ନଦୀ ଓ ନାଳ ପାଣି ମିଶୁଥିବାରୁ ଚିଲିକା ପାଣିର ଲବଣତା ମାତ୍ରା କମିଛି। ଚିଲିକାରେ ଥିବା ବିଭିନ୍ନ ପ୍ରଜାତିର ମାଛ ଲୋକ ପାଉଥିବା ବେଳେ ପ୍ରାକୃତିକ ଭାବେ ବହୁଳ ମାତ୍ରାରେ ମିଳୁଥିବା କଙ୍କଡ଼ା ଆଗ ଭଳି ମିଳୁନାହିଁ। ପରିବେଶ ପରିବର୍ତ୍ତନ ଯୋଗୁଁ ୨ ଲକ୍ଷ ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି କୁହାଯାଉଥିବା ଚିଲିକା ଆଜି ସଙ୍କଟରେ। ହେଲେ ଏସବୁ ସମସ୍ୟାର ସମାଧାନ ବାଟ ଆମ ପାଖରେ ରହିଛି।  ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମରେ ‘ସଙ୍କଟ‌ରେ ଚିଲିକା’ ଶୀର୍ଷକ ଆଲୋଚନାଚକ୍ରରେ ଏଭଳି ମତ ପୋଷଣ କରିଛନ୍ତି ଉପସ୍ଥିତ ପରିବେଶବିତ୍‌। 

]]>
https://satyasambada.com/2025/05/13/%e0%ac%b8%e0%ac%99%e0%ad%8d%e0%ac%95%e0%ac%9f%e0%ac%b0%e0%ad%87-%e0%ac%9a%e0%ac%bf%e0%ac%b2%e0%ac%bf%e0%ac%95%e0%ac%be-%e0%ac%9c%e0%ac%b3%e0%ac%ac%e0%ac%be%e0%ad%9f%e0%ad%81-%e0%ac%aa/feed/ 0
ସାଆନ୍ତେ ଆସିବେ ବୋଲି… ସିଙ୍ଗଡ଼ା ବାଡ଼ିଆ ଅନୁକୂଳ https://satyasambada.com/2025/05/13/%e0%ac%b8%e0%ac%be%e0%ac%86%e0%ac%a8%e0%ad%8d%e0%ac%a4%e0%ad%87-%e0%ac%86%e0%ac%b8%e0%ac%bf%e0%ac%ac%e0%ad%87-%e0%ac%ac%e0%ad%8b%e0%ac%b2%e0%ac%bf-%e0%ac%b8%e0%ac%bf%e0%ac%99%e0%ad%8d%e0%ac%97/ https://satyasambada.com/2025/05/13/%e0%ac%b8%e0%ac%be%e0%ac%86%e0%ac%a8%e0%ad%8d%e0%ac%a4%e0%ad%87-%e0%ac%86%e0%ac%b8%e0%ac%bf%e0%ac%ac%e0%ad%87-%e0%ac%ac%e0%ad%8b%e0%ac%b2%e0%ac%bf-%e0%ac%b8%e0%ac%bf%e0%ac%99%e0%ad%8d%e0%ac%97/#respond Tue, 13 May 2025 06:19:48 +0000 https://satyasambada.com/?p=2728 ପୁରୀ: ରଥ ନିର୍ମାଣର ଆଜି ଥିଲା ଦ୍ବାଦଶ ଦିବସ। ଗତକାଲି ଶ୍ରୀ ନୃସିଂହ ଦେବଙ୍କ ଜନ୍ମ ତିଥିରେ ବିଧି ମତେ ଗୁଜ କାଠ, ଅର, ତଥା ତୁମ୍ବରେ ଅର ସଂଯୋଗ ଏବଂ ଚଉପଟ ସାଲ ଗୁଜରେ ରୂପକାର ସେବକଙ୍କ ଦ୍ୱାରା ଶ୍ରୀନୃସିଂହ ଦେବଙ୍କ ରୂପ ଖୋଦେଇ ଅନୁକୂଳ ପର୍ବ କରାଯାଇଥିଲା। ଆଜି ରଥ ନିର୍ମାଣର ଦ୍ୱାଦଶ ଦିନରେ ରଥ ଖଳା ଯନ୍ତା ଗାଡ଼ଠାରେ ତିନି ରଥର ଗୋଟିଏ ଗୋଟିଏ ନାହାକା ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ପୂଜା କରାଯାଇଛି। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ତିନି ରଥର ଭୋଇ ସେବକଙ୍କ ସହଯୋଗରେ ସିଙ୍ଗଡ଼ା ବାଡ଼ିଆ ଅନୁକୂଳ ସମ୍ପନ୍ନ ହୋଇଅଛି। ଆଜି ତିନି ରଥର ଦୁଇ ଦୁଇଟି ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡ଼ିଆ ପରେ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକମାନେ ତିନିରଥ ମହାରଣା ସେବକମାନଙ୍କୁ ଯୋଗାଇ ଦେଇଥିଲେ। ତିନିରଥ ମହାରଣା ସେବକ ସିଙ୍ଗଡ଼ାରେ ପଇ ରଖି ମାପ ଚିହ୍ନ ପକାଇବା ସହ ମାପ ପ୍ରକାରେ ବଳକା ଅରକୁ କାଟି ସାଲ କରିଥିଲେ। ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନଙ୍କ ସହଯୋଗରେ ତୁମ୍ବ ବିନ୍ଧ କାରିଗରଙ୍କୁ ଯୋଗାଇ ଥିଲେ। ତୁମ୍ବ ବିନ୍ଧ କାରିଗର ତିନି ରଥର ଗୋଟିଏ ଗୋଟିଏ ତୁମ୍ବର ଅଖ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି।

]]>
https://satyasambada.com/2025/05/13/%e0%ac%b8%e0%ac%be%e0%ac%86%e0%ac%a8%e0%ad%8d%e0%ac%a4%e0%ad%87-%e0%ac%86%e0%ac%b8%e0%ac%bf%e0%ac%ac%e0%ad%87-%e0%ac%ac%e0%ad%8b%e0%ac%b2%e0%ac%bf-%e0%ac%b8%e0%ac%bf%e0%ac%99%e0%ad%8d%e0%ac%97/feed/ 0
ବଜ୍ରାଘାତରେ ଟଳିପଡ଼ିଲେ ଜେଜେବାପା, ନାତି https://satyasambada.com/2025/05/13/%e0%ac%ac%e0%ac%9c%e0%ad%8d%e0%ac%b0%e0%ac%be%e0%ac%98%e0%ac%be%e0%ac%a4%e0%ac%b0%e0%ad%87-%e0%ac%9f%e0%ac%b3%e0%ac%bf%e0%ac%aa%e0%ac%a1%e0%ac%bc%e0%ac%bf%e0%ac%b2%e0%ad%87-%e0%ac%9c%e0%ad%87%e0%ac%9c/ https://satyasambada.com/2025/05/13/%e0%ac%ac%e0%ac%9c%e0%ad%8d%e0%ac%b0%e0%ac%be%e0%ac%98%e0%ac%be%e0%ac%a4%e0%ac%b0%e0%ad%87-%e0%ac%9f%e0%ac%b3%e0%ac%bf%e0%ac%aa%e0%ac%a1%e0%ac%bc%e0%ac%bf%e0%ac%b2%e0%ad%87-%e0%ac%9c%e0%ad%87%e0%ac%9c/#respond Tue, 13 May 2025 06:19:02 +0000 https://satyasambada.com/?p=2725 ପାତ୍ରପୁର: ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜରଡ଼ା ଥାନା ଅଧୀନ ପଦାଦିଗି ପଞ୍ଚାୟତ ନାରାୟଣପୁର ଗ୍ରାମରେ ଆଜି ବଜ୍ରାଘାତରେ ସଂପର୍କୀୟ ଜେଜେବାପା ଓ ନାତିଙ୍କ ଜୀବନ ଯାଇଛି। ମୃତକମାନେ ‌ହେଲେ ଏମ୍‌. ସାକିଲି କନ୍ୟାରୀ (୫୫) ଓ ତାଙ୍କ ନାତି ତଥା ଏମ୍‌. ସାନେୟା କନ୍ୟାରୀଙ୍କ ଏକମାତ୍ର ପୁଅ ଏମ୍‌. ଭୁବେଶୁ କନ୍ୟାରୀ (୨୦)। ସବୁଦିନ ଭଳି ଆଜି ଜେଜେବାପା ଓ ନାତି ଗାଈ, ଛେଳି ଓ ମଇଁଷି ଚରାଇବାକୁ ଅନ୍ୟମାନଙ୍କ ସହ ବଗି ନଦୀ ନିକଟକୁ ଯାଇଥିଲେ।

ମଧ୍ୟାହ୍ନଭୋଜନ କରିବାକୁ ଉଭୟ ଗଛ ତଳେ ବସିଥିବା ବେଳେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା। ବଜ୍ରାଘାତରେ ସାକିଲି ଓ ଭୁବେଶୁ ଅଚେତ ହୋଇପଡ଼ିବାରୁ ଅନ୍ୟମାନେ ଉଭୟଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାର ହେବା କ୍ଷଣି କାନ୍ଦ‌ବୋବାଳିରେ ଡାକ୍ତରଖାନା ପରିବେଶ ଫାଟି ପଡ଼ିଥିଲା। ପୁଲିସ ପହଞ୍ଚି ଶବକୁ ଜବତ କରିଛି।

]]>
https://satyasambada.com/2025/05/13/%e0%ac%ac%e0%ac%9c%e0%ad%8d%e0%ac%b0%e0%ac%be%e0%ac%98%e0%ac%be%e0%ac%a4%e0%ac%b0%e0%ad%87-%e0%ac%9f%e0%ac%b3%e0%ac%bf%e0%ac%aa%e0%ac%a1%e0%ac%bc%e0%ac%bf%e0%ac%b2%e0%ad%87-%e0%ac%9c%e0%ad%87%e0%ac%9c/feed/ 0
ଭୋଗବାଦକୁ ନିୟନ୍ତ୍ରଣରେ ରଖିବା: ବିଭୂତି https://satyasambada.com/2025/05/13/%e0%ac%ad%e0%ad%8b%e0%ac%97%e0%ac%ac%e0%ac%be%e0%ac%a6%e0%ac%95%e0%ad%81-%e0%ac%a8%e0%ac%bf%e0%ad%9f%e0%ac%a8%e0%ad%8d%e0%ac%a4%e0%ad%8d%e0%ac%b0%e0%ac%a3%e0%ac%b0%e0%ad%87-%e0%ac%b0%e0%ac%96%e0%ac%bf/ https://satyasambada.com/2025/05/13/%e0%ac%ad%e0%ad%8b%e0%ac%97%e0%ac%ac%e0%ac%be%e0%ac%a6%e0%ac%95%e0%ad%81-%e0%ac%a8%e0%ac%bf%e0%ad%9f%e0%ac%a8%e0%ad%8d%e0%ac%a4%e0%ad%8d%e0%ac%b0%e0%ac%a3%e0%ac%b0%e0%ad%87-%e0%ac%b0%e0%ac%96%e0%ac%bf/#respond Tue, 13 May 2025 06:18:18 +0000 https://satyasambada.com/?p=2722 ବ୍ରହ୍ମପୁର: ପୃଥିବୀ ଏବେ ପ୍ରଦୂଷିତ। ବିକାଶ ନାଁରେ ଆମେ ଧ୍ବଂସ ଆଡ଼କୁ ଗତି କରୁଥିବା ବେଳେ ବର୍ଷକରେ ଆଉ ଛଅ ଋତୁ ମଧ୍ୟ ଅନୁଭବ ହେଉନି। ପାଣିପାଗରେ ଯଥେଷ୍ଟ ପରିବର୍ତ୍ତନ ଯୋଗୁଁ ଅଦିନିଆ ବର୍ଷା ସାଙ୍ଗକୁ ବାତ୍ୟା ଓ ବନ୍ୟା ପରିସ୍ଥିତି ଦେଖାଦେଉଛି। ସମୁଦ୍ରକୂଳ ଲଙ୍ଘି ସ୍ଥଳଭାଗକୁ ମାଡ଼ି ଆସୁଛି। ନଦୀଶଯ୍ୟା ବର୍ଷସାରା ଶୁଖିଲା ପଡ଼ୁଛି। ଆମ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି। ଏନେଇ ବର୍ତ୍ତମାନ ହିଁ ଆତ୍ମସମୀକ୍ଷା କରିବାର ସମୟ ଆସିଛି। ଏହାସହ ପରିବେଶ ସୁରକ୍ଷା ଦିଗରେ ଆମକୁ ଯତ୍ନବାନ ହେବା ଜରୁରି ହୋଇପଡ଼ିଛି। ପରିବେଶ ସୁରକ୍ଷା ନେଇ ସମସ୍ତେ ଅଧିକରୁ ଅଧିକ ସଚେତନ ହେବା ସହ ପରିବାର ଓ ସଂପର୍କୀୟଙ୍କୁ ମଧ୍ୟ ସଚେତନ କରାନ୍ତୁ।  ‘ସମ୍ବାଦ’ ପକ୍ଷରୁ ବ୍ରହ୍ମପୁରରେ ଅନୁଷ୍ଠିତ ‘ପୁନଶ୍ଚ ପୃଥିବୀ’ ଅଭିଯାନର ତୃତୀୟ ସଂସ୍କରଣରେ ଯୋଗ ଦେଇ ଅତିଥିଗଣ ଏହି ମତ ରଖିଛନ୍ତି।

କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ରାଜ୍ୟ ବାଣିଜ୍ୟ, ପରିବହନ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ପୃଥିବୀର ପୂର୍ବାବସ୍ଥା ଫେରାଇ ଆଣିବା ଉପରେ ଗୁରୁତ୍ବାରୋପ କରିଥିଲେ। ଆଖି ବନ୍ଦ କଲେ ଆମକୁ ଆମ ପ୍ରାବଧାନରେ ଥିବା ଅଦୃଶ୍ୟ ବିଷୟ ବି ଦୃଶ୍ୟମାନ ହୋଇଥାଏ। ସେ ଭିତରେ ପୁନଶ୍ଚ ପୃଥିବୀ ଭଳି ଶଦ୍ଦ ମଧ୍ୟ ଆମ ମନକୁ ଆସିବ। ଆଉ ସେ ଦିନ ନାହିଁ। ଆମେ ୪୦ ବର୍ଷ ତଳର କଥା କହିଲେ ହେବ ନାହିଁ। ସମସ୍ତେ ମିଳିମିଶି ଏବେ ପରିବେଶ ପ୍ରଦୂଷଣର ନିରାକରଣ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ। କାରଣ ଆଉ ଛଅଟି ଋତୁ ମଧ୍ୟ ଅନୁଭବ ହେଉନି। ଅନିୟମିତ ବର୍ଷା ଯୋଗୁଁ ଚାଷ କାମ ତ୍ବରାନ୍ବିତ ହୋଇପାରୁନି। ୮ ଝଡ଼ବର୍ଷା, ୧୬ ବର୍ଷା, ୩୨ ଝିପିଝିପି ବର୍ଷା ଓ ୬୪ କୁଣ୍ଡା ଝାଡ଼ିଲା ଭଳି ବର୍ଷାରେ ଚାଷକାମ ସୁଗମ ହେଉଥିଲା ବୋଲି ଲୋକଗୀତ ରହିଆସିଛି। ଭୋଗବାଦ ପରିବେଶ ନଷ୍ଟର ଆଉ ଏକ କାରଣ। ଆବଶ୍ୟକତାକୁ ସଂକୁଚିତ କରି ଭୋଗବାଦକୁ ନିୟନ୍ତ୍ରଣରେ ରଖିଲେ ପ୍ରକୃତିକୁ ବଞ୍ଚାଇ ପାରିବା ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ। ସେ ନିଜେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର କରୁ ନଥିବା କହିଥିଲେ। ତେଣୁ କେବଳ କହିଲେ ହେବ ନାହିଁ। ଏଥିପାଇଁ ସଂକଳ୍ପ ନେବା ସହ ସମସ୍ତେ ଗଛ ଲଗାଇବାକୁ ସେ ଆହ୍ବାନ ଦେଇଥିଲେ।

]]>
https://satyasambada.com/2025/05/13/%e0%ac%ad%e0%ad%8b%e0%ac%97%e0%ac%ac%e0%ac%be%e0%ac%a6%e0%ac%95%e0%ad%81-%e0%ac%a8%e0%ac%bf%e0%ad%9f%e0%ac%a8%e0%ad%8d%e0%ac%a4%e0%ad%8d%e0%ac%b0%e0%ac%a3%e0%ac%b0%e0%ad%87-%e0%ac%b0%e0%ac%96%e0%ac%bf/feed/ 0
ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲା: ଆଜି ଶେଷ ଶୁଣାଣି, ଉପସ୍ଥିତ ରହିବେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ https://satyasambada.com/2025/05/13/%e0%ac%aa%e0%ac%be%e0%ac%9f%e0%ac%a3%e0%ac%be%e0%ac%97%e0%ac%a1%e0%ac%bc-%e0%ac%ac%e0%ad%8b%e0%ac%ae%e0%ac%be-%e0%ac%ac%e0%ac%bf%e0%ac%b8%e0%ad%8d%e0%ac%ab%e0%ad%8b%e0%ac%b0%e0%ac%a3-%e0%ac%ae/ https://satyasambada.com/2025/05/13/%e0%ac%aa%e0%ac%be%e0%ac%9f%e0%ac%a3%e0%ac%be%e0%ac%97%e0%ac%a1%e0%ac%bc-%e0%ac%ac%e0%ad%8b%e0%ac%ae%e0%ac%be-%e0%ac%ac%e0%ac%bf%e0%ac%b8%e0%ad%8d%e0%ac%ab%e0%ad%8b%e0%ac%b0%e0%ac%a3-%e0%ac%ae/#respond Tue, 13 May 2025 06:17:22 +0000 https://satyasambada.com/?p=2719 ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାର ଆଜି ଶେଷ ଶୁଣାଣି ହେବ। ଏଥିଲାଗି ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଉପସ୍ଥିତ ରହିବେ। ତାଙ୍କୁ ପୁଲିସ ବଲାଙ୍ଗୀର କାରାଗାରରୁ ଏଡିଜେଙ୍କ କୋର୍ଟରେ ହାଜର କରିବାକୁ କଡ଼ା ସୁରକ୍ଷା ମଧ୍ୟରେ ଆଣିଛି। ନ୍ୟାୟାଳୟ ଆଜି ରାୟ ଶୁଣାଉଛନ୍ତି କି ରାୟ ସଂରକ୍ଷିତ ରଖୁଛନ୍ତି? ତାଛଡ଼ା ଯଦି ଆଜି ଦଣ୍ଡାଦେଶ ହେଉଛି, ତେବେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ  କି ପ୍ରକାରର ଦଣ୍ଡରେ ଦଣ୍ଡିତ କରାଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର।

ପାଟଣାଗଡ଼ର ବହୁଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାର ଆଜି ଶେଷ ଶୁଣାଣି ହେବ। ଏଥିଲାଗି ପାଟଣାଗଡ଼ ଏଡିଜେଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଉପସ୍ଥିତ ରହିବେ। ତାଙ୍କୁ ପୁଲିସ କାରାଗାରରୁ ଏଡିଜେଙ୍କ କୋର୍ଟରେ ହାଜର କରିବାକୁ ନେଇସାରିଲାଣି। ନ୍ୟାୟାଳୟ ଆଜି ରାୟ ଶୁଣାଉଛନ୍ତି କି ରାୟ ସଂରକ୍ଷିତ ରଖୁଛନ୍ତି? ତାଛଡ଼ା ଯଦି ଆଜି ଦଣ୍ଡାଦେଶ ହେଉଛି, ତେବେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ  କି ପ୍ରକାରର ଦଣ୍ଡରେ ଦଣ୍ଡିତ କରାଯାଉଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର। ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଏକ ଉପହାର ବକ୍ସ ଖୋଲିବା କ୍ଷଣି ବିସ୍ଫୋରଣ ଘଟିବା ଯୋଗୁଁ ପାଟଣାଗଡ଼ର ରିମାରାଣୀଙ୍କ ପରିବାରର ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏହାର ତଦନ୍ତ କରି ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା। 

ସୂଚନାଯୋଗ୍ୟ, ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଏକ ଉପହାର ବକ୍ସ ଖୋଲିବା କ୍ଷଣି ବିସ୍ଫୋରଣ ଘଟିବା ଯୋଗୁଁ ପାଟଣାଗଡ଼ର ରିମାରାଣୀଙ୍କ ପରିବାରର ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏହାର ତଦନ୍ତ କରି ପୁଞ୍ଜିଲାଲଙ୍କୁ ଗିରଫ କରିଥିଲା। 

Patnagarh

]]>
https://satyasambada.com/2025/05/13/%e0%ac%aa%e0%ac%be%e0%ac%9f%e0%ac%a3%e0%ac%be%e0%ac%97%e0%ac%a1%e0%ac%bc-%e0%ac%ac%e0%ad%8b%e0%ac%ae%e0%ac%be-%e0%ac%ac%e0%ac%bf%e0%ac%b8%e0%ad%8d%e0%ac%ab%e0%ad%8b%e0%ac%b0%e0%ac%a3-%e0%ac%ae/feed/ 0
ସୁରକ୍ଷା ଦାବିରେ ରାଜଧାନୀରେ ଆମ ବସ୍ କର୍ମଚାରୀଙ୍କ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ https://satyasambada.com/2025/05/13/%e0%ac%b8%e0%ad%81%e0%ac%b0%e0%ac%95%e0%ad%8d%e0%ac%b7%e0%ac%be-%e0%ac%a6%e0%ac%be%e0%ac%ac%e0%ac%bf%e0%ac%b0%e0%ad%87-%e0%ac%b0%e0%ac%be%e0%ac%9c%e0%ac%a7%e0%ac%be%e0%ac%a8%e0%ad%80%e0%ac%b0%e0%ad%87/ https://satyasambada.com/2025/05/13/%e0%ac%b8%e0%ad%81%e0%ac%b0%e0%ac%95%e0%ad%8d%e0%ac%b7%e0%ac%be-%e0%ac%a6%e0%ac%be%e0%ac%ac%e0%ac%bf%e0%ac%b0%e0%ad%87-%e0%ac%b0%e0%ac%be%e0%ac%9c%e0%ac%a7%e0%ac%be%e0%ac%a8%e0%ad%80%e0%ac%b0%e0%ad%87/#respond Tue, 13 May 2025 06:07:37 +0000 https://satyasambada.com/?p=2713 ଭୁବନେଶ୍ବର: ରାଜଧାନୀରେ ଆମ ବସ୍ ସେବା ଠପ୍। ମାଷ୍ଟରକ୍ୟାଣ୍ଟିନରେ ବସ୍ ଡିପୋରେ ବସ୍ ରଖି ଆନ୍ଦୋଳନ କରୁଛନ୍ତି ଡ୍ରାଇଭର୍ ଓ କଣ୍ଡକ୍ଟର୍। ସୁରକ୍ଷା ଦାବିରେ ସେମାନେ ଆନ୍ଦୋଳନ କରୁଥିବା ଜଣାଯାଇଛି। ବିନା କାରଣରେ ଆମ ବସ୍ ର ଡ୍ରାଇଭର୍ ଓ କଣ୍ଡକ୍ଟରଙ୍କୁ ମାଡ଼ ମରାଯାଇଥିବା ବେଳେ ଏହି ଘଟଣାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି।

ମାଷ୍ଟରକ୍ୟାଣ୍ଟିନରେ ବସ୍ ଡିପୋରେ ବସ୍ ରଖି ଆନ୍ଦୋଳନ କରୁଛନ୍ତି ଡ୍ରାଇଭର୍ ଓ କଣ୍ଡକ୍ଟର୍। ସୁରକ୍ଷା ଦାବିରେ ସେମାନେ ଆନ୍ଦୋଳନ କରୁଥିବା ଜଣାଯାଇଛି। ବିନା କାରଣରେ ଆମ ବସ୍ ର  ଡ୍ରାଇଭର୍ ଓ କଣ୍ଡକ୍ଟରଙ୍କୁ ମାଡ଼ ମରାଯାଇଥିବା ବେଳେ ଏହି ଘଟଣାରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଆନ୍ଦୋଳନରତ କର୍ମଚାରୀମାନେ ମାଡ଼ ମାରିଥିବା ଲୋକକୁ ଗିରଫ କରିବା ଦାବିରେ ଅଟଳ ଅଛନ୍ତି। ଏଣେ ରାଜଧାନୀରେ ଆମ ବସ୍ ସେବା ଠପ୍ ହେବା ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହେଉଛି।  

 ଆନ୍ଦୋଳନରତ କର୍ମଚାରୀମାନେ ମାଡ଼ ମାରିଥିବା ଲୋକକୁ ଗିରଫ କରିବା ଦାବିରେ ଅଟଳ ଅଛନ୍ତି। ସରକାର ସୁରକ୍ଷା ଯୋଗାଇଦେଲେ ପୁଣି ବସ୍ ଚଳାୁଳ ସ୍ବାଭାବିକ ହେବ ବୋଲି ଆନ୍ଦୋଳନରତ କର୍ମଚାରୀ କହିଛନ୍ତି। ଏଣେ ରାଜଧାନୀରେ ଆମ ବସ୍ ସେବା ଠପ୍ ହେବା ଯୋଗୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବାର ପରିଲକ୍ଷିତ ହେଉଛି।

]]>
https://satyasambada.com/2025/05/13/%e0%ac%b8%e0%ad%81%e0%ac%b0%e0%ac%95%e0%ad%8d%e0%ac%b7%e0%ac%be-%e0%ac%a6%e0%ac%be%e0%ac%ac%e0%ac%bf%e0%ac%b0%e0%ad%87-%e0%ac%b0%e0%ac%be%e0%ac%9c%e0%ac%a7%e0%ac%be%e0%ac%a8%e0%ad%80%e0%ac%b0%e0%ad%87/feed/ 0
ଛତିଶଗଡ଼ରେ ଫାର୍ମାସିଷ୍ଟଙ୍କୁ ହତ୍ୟା ଘଟଣା, ଜଣେ ନାବାଳକ ସମେତ ୪ ଅଭିଯୁକ୍ତ ଗିରଫ https://satyasambada.com/2025/05/13/%e0%ac%9b%e0%ac%a4%e0%ac%bf%e0%ac%b6%e0%ac%97%e0%ac%a1%e0%ac%bc%e0%ac%b0%e0%ad%87-%e0%ac%ab%e0%ac%be%e0%ac%b0%e0%ad%8d%e0%ac%ae%e0%ac%be%e0%ac%b8%e0%ac%bf%e0%ac%b7%e0%ad%8d%e0%ac%9f%e0%ac%99%e0%ad%8d/ https://satyasambada.com/2025/05/13/%e0%ac%9b%e0%ac%a4%e0%ac%bf%e0%ac%b6%e0%ac%97%e0%ac%a1%e0%ac%bc%e0%ac%b0%e0%ad%87-%e0%ac%ab%e0%ac%be%e0%ac%b0%e0%ad%8d%e0%ac%ae%e0%ac%be%e0%ac%b8%e0%ac%bf%e0%ac%b7%e0%ad%8d%e0%ac%9f%e0%ac%99%e0%ad%8d/#respond Tue, 13 May 2025 06:05:38 +0000 https://satyasambada.com/?p=2710 ନୂଆପଡ଼ା: ପଡ଼ୋଶୀ ଛତିଶଗଡ଼ରେ ଫାର୍ମାସିଷ୍ଟଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ନାବାଳକ ସମେତ ୪ ଅଭିଯୁକ୍ତ ଗିରଫ।  ପରଶୁ ଦଣ୍ଡସେନା (୨୦), ଗଣପତ ଦଣ୍ଡସେନା (୨୭), ଗଡ଼ତୋଲ ସରୋଜ ଦଣ୍ଡସେନା (୨୪) ଓ ଅନ୍ୟଜଣେ ନାବାଳକଙ୍କୁ ଗିରଫ କରିଛି ପୁଲିସ।

ସୂଚନାଯୋଗ୍ୟ, ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ଜଶେକେରା ଗାଁର ଚାଷଜମିରୁ ନୂଆପଡ଼ା ସହରର ଶିବଶକ୍ତି ନଗରର ଫାର୍ମାସିଷ୍ଟ ମାନସ ତ୍ରିପାଠୀ ଓରଫ ନବୀନ (୩୦)ଙ୍କ ମୃତଦେହକୁ ଛତିଶଗଡ଼ ପୁଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ଆଜି କୋମାଖାନ ପୁଲିସ ମହୁଲଭଟାର ପରଶୁ ଦଣ୍ଡସେନା (୨୦), ଗଣପତ ଦଣ୍ଡସେନା (୨୭), ଗଡ଼ତୋଲ ସରୋଜ ଦଣ୍ଡସେନା (୨୪) ଓ ଅନ୍ୟଜଣେ ନାବାଳକଙ୍କୁ ଗିରଫ କରିଛି। ଗତକାଲି କୋମାଖାନ ପୁଲିସର ଏକ ସତନ୍ତ୍ର ଟିମ ନୂଆପଡ଼ା ସହରରେ ଛାନଭିନ ଚଲାଇଥିଲା । ଏଥିରେ ପ୍ରଥମେ ମହୁଲଭଟା ଗାଁର ପରଶୁଙ୍କୁ ଗିରଫ କରିଥିଲା। ପରଶୁଙ୍କୁ ଅଧିକ ପଚରାଉଚରା କରିବାରୁ ସରୋଜ, ଗଣପତ ଓ ଜଣେ ନାବାଳକଙ୍କ ନାଁ କହିଥିଲା । ପରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା ।

ପୂର୍ବରୁ ଅଭିଯୁକ୍ତ ପରଶୁ ଓ ଗଣପତିଙ୍କ ସହ ମୃତକ ମାନସଙ୍କ ଚିହ୍ନା ପରିଚିତ ଥିଲେ । ଗତ ୮ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ସୁଖସାଗର ରେଷ୍ଟୁରା ନିକଟ ନିଛାଟିଆ ସ୍ଥାନକୁ ଔଷଧ ମାଗିବା ବାହାନରେ ପରଶୁ ଓ ଗଣପତ ମିଶି ମାନସଙ୍କୁ ଡାକିଥିଲେ । ମାନସ ପଞ୍ଚିବା ପରେ ମୁହଁ ଓ ଦୁଇହାତରେ ପଛପଟୁ ପ୍ଲାଷ୍ଟିକ ଟେପ ଲଗାଇ ଚାରିଚକିଆ ଗାଡ଼ି(ଓଡ଼ି ୨୬ ଏ ୨୭୦୦)ରେ ୪ଜଣ ଅଭିଯୁକ୍ତ ଅପହରଣ କରିଥିଲେ। ସେଠୁ ଟାନଓ୍ୱାଟ ରାସ୍ତାରେ କୋମାଖାନ ନେଇ ଲକ୍ଷାଧ‌ିକ ଟଙ୍କା ଦାଦାବଟି ମାଗିଥିଲେ। କିନ୍ତୁ ମାନସଙ୍କ ଜମାଖାତାରେ ୯ହଜାର ଟଙ୍କା ଥିଲା । ଏଥିରେ ଅପହରଣକାରୀଙ୍କ ଉଦ୍ଦେଶ୍ୟ ସଫଳ ହୋଇନଥିଲା।

ପଡ଼ୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ଜଶେକେରା ଗାଁର ଚାଷଜମିରୁ ନୂଆପଡ଼ା ସହରର ଶିବଶକ୍ତି ନଗରର ଫାର୍ମାସିଷ୍ଟ ମାନସ ତ୍ରିପାଠୀ ଓରଫ ନବୀନ (୩୦)ଙ୍କ ମୃତଦେହକୁ ଛତିଶଗଡ଼ ପୁଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ଆଜି କୋମାଖାନ ପୁଲିସ ମହୁଲଭଟାର ପରଶୁ ଦଣ୍ଡସେନା (୨୦), ଗଣପତ ଦଣ୍ଡସେନା (୨୭), ଗଡ଼ତୋଲ ସରୋଜ ଦଣ୍ଡସେନା (୨୪) ଓ ଅନ୍ୟଜଣେ ନାବାଳକଙ୍କୁ ଗିରଫ କରିଛି। ଗତକାଲି କୋମାଖାନ ପୁଲିସର ଏକ ସତନ୍ତ୍ର ଟିମ ନୂଆପଡ଼ା ସହରରେ ଛାନଭିନ ଚଲାଇଥିଲା । ଏଥିରେ ପ୍ରଥମେ ମହୁଲଭଟା ଗାଁର ପରଶୁଙ୍କୁ ଗିରଫ କରିଥିଲା। ପରଶୁଙ୍କୁ ଅଧିକ ପଚରାଉଚରା କରିବାରୁ ସରୋଜ, ଗଣପତ ଓ ଜଣେ ନାବାଳକଙ୍କ ନାଁ କହିଥିଲା । ପରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା ।

 ଶେଷରେ ୪ଜଣ ଅଭିଯୁକ୍ତ ମାନସଙ୍କ ମୁହଁ ଓ ତଣ୍ଟି ଚିପି ହତ୍ୟା କରି କଶେକେର ନିକଟରେ ଫିଙ୍ଗି ଦେଇଥିବା ଅଭିଯୁକ୍ତମାନେ ସ୍ବୀକାର କରିଥିଲେ । ମୃତକଙ୍କ ବାଇକ(ଓଡ଼ି ୨୬ ଏ ୨୦୬୪) ସହ ଔଷଧ ବ୍ୟାଗକୁ ପୁଲିସ ଜବତ କରିଥିଲା । ଅଭିଯୁକ୍ତଙ୍କ ଚାରିଚକିଆ ଗାଡ଼ି ଓ ୩ଟି ମୋବାଇଲକୁ ପୁଲିସ ଜବତ କରିଛି । ଏନେଇ ଅଧିକ ତଦନ୍ତ ଚାଲିଥିବା କୋମାଖାନ ଆଇଆଇସି ନିତେଶ ଠାକୁର ସୂଚନା ଦେଇଛନ୍ତି।

]]>
https://satyasambada.com/2025/05/13/%e0%ac%9b%e0%ac%a4%e0%ac%bf%e0%ac%b6%e0%ac%97%e0%ac%a1%e0%ac%bc%e0%ac%b0%e0%ad%87-%e0%ac%ab%e0%ac%be%e0%ac%b0%e0%ad%8d%e0%ac%ae%e0%ac%be%e0%ac%b8%e0%ac%bf%e0%ac%b7%e0%ad%8d%e0%ac%9f%e0%ac%99%e0%ad%8d/feed/ 0
ଏଥର ସଅଳ ଆସିବ ମୌସୁମୀ, ମଇ ୨୭ ତାରିଖ ସୁଦ୍ଧା କେରଳ ଛୁଇଁବ https://satyasambada.com/2025/05/10/%e0%ac%8f%e0%ac%a5%e0%ac%b0-%e0%ac%b8%e0%ac%85%e0%ac%b3-%e0%ac%86%e0%ac%b8%e0%ac%bf%e0%ac%ac-%e0%ac%ae%e0%ad%8c%e0%ac%b8%e0%ad%81%e0%ac%ae%e0%ad%80-%e0%ac%ae%e0%ac%87-%e0%ad%a8%e0%ad%ad-%e0%ac%a4/ https://satyasambada.com/2025/05/10/%e0%ac%8f%e0%ac%a5%e0%ac%b0-%e0%ac%b8%e0%ac%85%e0%ac%b3-%e0%ac%86%e0%ac%b8%e0%ac%bf%e0%ac%ac-%e0%ac%ae%e0%ad%8c%e0%ac%b8%e0%ad%81%e0%ac%ae%e0%ad%80-%e0%ac%ae%e0%ac%87-%e0%ad%a8%e0%ad%ad-%e0%ac%a4/#respond Sat, 10 May 2025 09:44:33 +0000 https://satyasambada.com/?p=2706
ଏଥର ସଅଳ ଆସିବ ମୌସୁମୀ। ଗତ ବର୍ଷ ମଇ ୩୦ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା । ହେଲେ ୨୦୨୫ରେ ମଇ ୨୭ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂଖଣ୍ଡ କେରଳ ନିକଟରେ ଛୁଇଁବା ସମ୍ଭାବନା ରହିଛିl

ଭୁବନେଶ୍ବର: (ସତ୍ୟ ସମ୍ବାଦ )ଏଥର ସଅଳ ଆସିବ ମୌସୁମୀ। ଗତ ବର୍ଷ ମଇ ୩୦ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା । ହେଲେ ୨୦୨୫ରେ ମଇ ୨୭ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂଖଣ୍ଡ କେରଳ ନିକଟରେ ଛୁଇଁବା ସମ୍ଭାବନା ରହିଛିl ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ବର୍ଷ ମଇ ୩୦ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା । ହେଲେ ୨୦୨୫ରେ ମଇ ୨୭ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶର ମୁଖ୍ୟ ଭୂଖଣ୍ଡ କେରଳ ନିକଟରେ ଛୁଇଁବା ସମ୍ଭାବନା ରହିଛିl ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୦୦୫ରୁ ୨୦୨୪ ଯାଏ କେବଳ ଗୋଟିଏ ବର୍ଷ(୨୦୧୫)କୁ ବାଦ୍ ଦେଲେ ଅନ୍ୟ ସବୁ ଥରର ଆକଳନ ସଠିକ୍ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
୨୦୦୫ରୁ ୨୦୨୪ ଯାଏ କେବଳ ଗୋଟିଏ ବର୍ଷ(୨୦୧୫)କୁ ବାଦ୍ ଦେଲେ ଅନ୍ୟ ସବୁ ଥରର ଆକଳନ ସଠିକ୍ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

]]>
https://satyasambada.com/2025/05/10/%e0%ac%8f%e0%ac%a5%e0%ac%b0-%e0%ac%b8%e0%ac%85%e0%ac%b3-%e0%ac%86%e0%ac%b8%e0%ac%bf%e0%ac%ac-%e0%ac%ae%e0%ad%8c%e0%ac%b8%e0%ad%81%e0%ac%ae%e0%ad%80-%e0%ac%ae%e0%ac%87-%e0%ad%a8%e0%ad%ad-%e0%ac%a4/feed/ 0
୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡିଲେ ମତ୍ସ୍ୟ ଅଧିକାରୀ https://satyasambada.com/2025/05/01/%e0%ad%a9%e0%ad%a6-%e0%ac%b9%e0%ac%9c%e0%ac%be%e0%ac%b0-%e0%ac%9f%e0%ac%99%e0%ad%8d%e0%ac%95%e0%ac%be-%e0%ac%b2%e0%ac%be%e0%ac%9e%e0%ad%8d%e0%ac%9a-%e0%ac%a8%e0%ad%87%e0%ac%ac%e0%ac%be%e0%ac%ac/ https://satyasambada.com/2025/05/01/%e0%ad%a9%e0%ad%a6-%e0%ac%b9%e0%ac%9c%e0%ac%be%e0%ac%b0-%e0%ac%9f%e0%ac%99%e0%ad%8d%e0%ac%95%e0%ac%be-%e0%ac%b2%e0%ac%be%e0%ac%9e%e0%ad%8d%e0%ac%9a-%e0%ac%a8%e0%ad%87%e0%ac%ac%e0%ac%be%e0%ac%ac/#respond Thu, 01 May 2025 11:28:18 +0000 https://satyasambada.com/?p=2700 ସୁବର୍ଣ୍ଣପୁର ବୀରମହାରାଜାପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ଭିଜିଲାନ୍ସ ଜାଲରେ। ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ନେଉଥିଲେ ଲାଞ୍ଚ। ଅନ୍ୟ ଜଣେ ବ୍ୟକ୍ତି ବାବୁଲାଲ ବାରିକଙ୍କ ମାଧ୍ୟମରେ ନେଉଥିଲେ ଲାଞ୍ଚ। ଗାଁ ପୋଖରୀରେ ମାଛ ଚାଷ ସବସିଡ଼ି ପାଇଁ ମାଗିଥିଲେ ୪୫ ହଜାର ଟଙ୍କା। ପରେ ୩୦ ହଜାର ଟଙ୍କା ପାଇଁ ରାଜି ହୋଇ ଥିଲେ। ଆଜି ଲାଞ୍ଚ ନେବାବେଳେ ଧରା ପଡିଗଲେ। ଉଭୟଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରହିଛି।ଟ୍ରାପ ପରେ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ବିଭୂତି ପ୍ରଧାନଙ୍କ ଦୁଇଟି ସ୍ଥାନ ଓ ବାବୁଲାଲ ବାରିକଙ୍କ ଗୋଟିଏ ସ୍ଥାନରେ ଚାଲିଛି ଯାଞ୍ଚ.


ବୀରମହାରାଜାପୁର ସହକାରୀ ମତ୍ସ ଅଧିକାରୀ ଲାଞ୍ଚ ନେବା ଘଟଣା। ତଲାସୀ ବେଳେ ମିଳିଲା ୪ ଲକ୍ଷ ୭ ହଜାର ୩୧୦ ଟଙ୍କା। ମତ୍ସ୍ୟ ଅଧିକାରୀ ବିଭୂତି ପ୍ରଧାନଙ୍କ ଘରୁ ମିଳିଛି ୩ ଲକ୍ଷ ୫୮ ହଜାର ୭୦୦ ଟଙ୍କା। ବାବୁଲାଲ ବାରିକଙ୍କ ନିକଟରୁ ମିଳିଲା ୪୮ ହଜାର ୬୧୦ ଟଙ୍କା।

]]>
https://satyasambada.com/2025/05/01/%e0%ad%a9%e0%ad%a6-%e0%ac%b9%e0%ac%9c%e0%ac%be%e0%ac%b0-%e0%ac%9f%e0%ac%99%e0%ad%8d%e0%ac%95%e0%ac%be-%e0%ac%b2%e0%ac%be%e0%ac%9e%e0%ad%8d%e0%ac%9a-%e0%ac%a8%e0%ad%87%e0%ac%ac%e0%ac%be%e0%ac%ac/feed/ 0