POLITICS – SATYA SAMBADA https://satyasambada.com Publish Truth Tue, 13 May 2025 06:41:16 +0000 en-US hourly 1 https://wordpress.org/?v=6.8.1 https://satyasambada.com/wp-content/uploads/2020/07/tg-logo.jpg POLITICS – SATYA SAMBADA https://satyasambada.com 32 32 ଅପରେସନ ସିନ୍ଦୂରକୁ ପ୍ରଶଂସା କଲା କଂଗ୍ରେସ https://satyasambada.com/2025/05/13/%e0%ac%85%e0%ac%aa%e0%ac%b0%e0%ad%87%e0%ac%b8%e0%ac%a8-%e0%ac%b8%e0%ac%bf%e0%ac%a8%e0%ad%8d%e0%ac%a6%e0%ad%82%e0%ac%b0%e0%ac%95%e0%ad%81-%e0%ac%aa%e0%ad%8d%e0%ac%b0%e0%ac%b6%e0%ac%82%e0%ac%b8%e0%ac%be/ https://satyasambada.com/2025/05/13/%e0%ac%85%e0%ac%aa%e0%ac%b0%e0%ad%87%e0%ac%b8%e0%ac%a8-%e0%ac%b8%e0%ac%bf%e0%ac%a8%e0%ad%8d%e0%ac%a6%e0%ad%82%e0%ac%b0%e0%ac%95%e0%ad%81-%e0%ac%aa%e0%ad%8d%e0%ac%b0%e0%ac%b6%e0%ac%82%e0%ac%b8%e0%ac%be/#respond Tue, 13 May 2025 06:41:16 +0000 https://satyasambada.com/?p=2751 ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୬ତମ ଦିନରେ, ଭାରତ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଏହି ଆକ୍ରମଣର କଡ଼ା ଜବାବ ଦେଇଛି।

ଏହା ସହିତ, ଭାରତ ବୁଧବାର ସକାଳେ ଆମେରିକା, ରୁଷିଆ ଏବଂ ବ୍ରିଟେନ ସମେତ ଅନେକ ପ୍ରମୁଖ ଦେଶକୁ ‘ଅପରେସନ୍ ସିନ୍ଦୂର’ କାର୍ଯ୍ୟ ବିଷୟରେ ସୂଚନା ଦେଇଛି। ଭାରତ ଏହାର ‘ଅପରେସନ୍ ସିନ୍ଦୂର’ ପାଇଁ ପାକିସ୍ତାନର ୧୦୦ କିଲୋମିଟର ପରିଧି ମଧ୍ୟରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ଧ୍ୱଂସ କରିଛି।

ଅପରେସନ୍ ସିନ୍ଦୂର’କୁ କଂଗ୍ରେସ ପକ୍ଷରୁ ପ୍ରଶଂସା କରାଯାଇଛି। ଅପରେସନ୍ ସିନ୍ଦୂର’ ନେଇ ରାହୁଲ ଗାନ୍ଧୀ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି।

]]>
https://satyasambada.com/2025/05/13/%e0%ac%85%e0%ac%aa%e0%ac%b0%e0%ad%87%e0%ac%b8%e0%ac%a8-%e0%ac%b8%e0%ac%bf%e0%ac%a8%e0%ad%8d%e0%ac%a6%e0%ad%82%e0%ac%b0%e0%ac%95%e0%ad%81-%e0%ac%aa%e0%ad%8d%e0%ac%b0%e0%ac%b6%e0%ac%82%e0%ac%b8%e0%ac%be/feed/ 0
ପହଲଗାମ ଆକ୍ରମଣର ୩ ଦିନ ପୂର୍ବରୁ ମୋଦୀଙ୍କ ପାଖରେ ଥିଲା ସୂଚନା, ସେଥିପାଇଁ ଗଲେନି କଶ୍ମୀର: ଖଡ୍‌ଗେ https://satyasambada.com/2025/05/13/%e0%ac%aa%e0%ac%b9%e0%ac%b2%e0%ac%97%e0%ac%be%e0%ac%ae-%e0%ac%86%e0%ac%95%e0%ad%8d%e0%ac%b0%e0%ac%ae%e0%ac%a3%e0%ac%b0-%e0%ad%a9-%e0%ac%a6%e0%ac%bf%e0%ac%a8-%e0%ac%aa%e0%ad%82%e0%ac%b0%e0%ad%8d/ https://satyasambada.com/2025/05/13/%e0%ac%aa%e0%ac%b9%e0%ac%b2%e0%ac%97%e0%ac%be%e0%ac%ae-%e0%ac%86%e0%ac%95%e0%ad%8d%e0%ac%b0%e0%ac%ae%e0%ac%a3%e0%ac%b0-%e0%ad%a9-%e0%ac%a6%e0%ac%bf%e0%ac%a8-%e0%ac%aa%e0%ad%82%e0%ac%b0%e0%ad%8d/#respond Tue, 13 May 2025 06:39:59 +0000 https://satyasambada.com/?p=2748 ରାଞ୍ଚି:  ଝାଡ଼ଖଣ୍ଡର ରାଞ୍ଜିରେ କଂଗ୍ରେସ ସଭାପତି  ମଲ୍ଲିକାଜୁର୍ନ ଖଡ୍‌ଗ‌େ ପହଲଗାମ ଆକ୍ରମଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ  ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।  ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପାଖରେ ଆକ୍ରମଣ ସମ୍ପର୍କରେ ଗୁପ୍ତ ସୂଚନା ଥିଲେ ମଧ୍ୟ ସେ କୌଣସି ବିହିତ ପଦକ୍ଷେପ ଗ୍ରହଣ କରି ନଥିଲେ। ଆକ୍ରମଣର ତିନି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଗୁପ୍ତ ସୂଚନା ମିଳି ସାରିଥିଲା। ସେଥିପାଇଁ ପ୍ରଧାନମନ୍ତ୍ରୀ କଶ୍ମୀର ଗସ୍ତ ଜାଣିଶୁଣି ବାତିଲ କରିଥିଲେ।

ପହଲଗାମ ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ଉତ୍ତର ଦେବା ଜରୁରୀ ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଆକ୍ରମଣ  ଗୁପ୍ତଚର ବିଭାଗର  ବିଫଳତା ବୋଲି ମଧ୍ୟ ସ୍ବୀକାର କରିଥିବା ଖଡ୍‌ଗେ କହିଛନ୍ତି। ସରକାର ଗୁଇନ୍ଦା ବିଭାଗର ବିଫଳତା ସମ୍ପର୍କ‌ରେ କହିବା ସହିତ ଏଥିରେ ସୁଧାର ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତବ୍ୟ ଦେଇଥିବା ଖଡ୍‌ଗେ କହିଛନ୍ତି।

ତିନିଦିନ ପୂର୍ବରୁ ଗୁପ୍ତ ରିପୋର୍ଟ ମିଳିଥିଲେ ମଧ୍ୟ ସରକାର କାହିଁକି ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରି ଚୁପ୍ ବସିଥିଲେ ସେ ନେଇ ଖଡ୍‌ଗେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ସୂଚନା ଆଧାରରେ ଗସ୍ତ ବାତିଲ କରିଥିଲେ କିନ୍ତୁ  ପଦକ୍ଷେପ ଗ୍ରହଣ କରିବା ତ୍ରୁଟି ଯୋଗୁ ସାଧାରଣ ଲୋକଙ୍କର ଜୀବନ ଗଲା ବୋଲି ଖଡ୍‌ଗେ କହିଛନ୍ତି।

ପ୍ରଧାନମନ୍ତ୍ରୀ ଗୁପ୍ତ ସୂଚନା ସମ୍ପର୍କରେ ସୁରକ୍ଷା ବିଭାଗ, ପୁଲିସ ବିଭାଗ ଅବା ସୀମା ସୁରକ୍ଷା ବଳଙ୍କୁ କାହିଁକି ସୂଚନା ଦେଲେ ନାହିଁ ବୋଲି ଖଡ୍‌ଗେ ପ୍ରଶ୍ନ କରିଛନ୍ତି। ପର୍ଯ୍ୟଯକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସହଜରେ ଗ୍ରହଣ କରାଯାଇ ପାରିଥାନ୍ତା ମାତ୍ର ପ୍ରଧାନମନ୍ତ୍ରୀ ତାହା କାହିଁକି କଲେ ନାହିଁ ବୋଲି ଖଡ୍‌ଗେ ପ୍ରଶ୍ନ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଦାୟୀ ବୋଲି ସେ କହିଛନ୍ତି।

]]>
https://satyasambada.com/2025/05/13/%e0%ac%aa%e0%ac%b9%e0%ac%b2%e0%ac%97%e0%ac%be%e0%ac%ae-%e0%ac%86%e0%ac%95%e0%ad%8d%e0%ac%b0%e0%ac%ae%e0%ac%a3%e0%ac%b0-%e0%ad%a9-%e0%ac%a6%e0%ac%bf%e0%ac%a8-%e0%ac%aa%e0%ad%82%e0%ac%b0%e0%ad%8d/feed/ 0
ଅଶୋକଙ୍କ ଉପରେ ନବୀନଙ୍କ ଆସ୍ଥା: ଅସନ୍ତୁଷ୍ଟଙ୍କୁ ମନାଇବାରେ ସକ୍ଷମ ହେବେ ତ? https://satyasambada.com/2025/05/13/%e0%ac%85%e0%ac%b6%e0%ad%8b%e0%ac%95%e0%ac%99%e0%ad%8d%e0%ac%95-%e0%ac%89%e0%ac%aa%e0%ac%b0%e0%ad%87-%e0%ac%a8%e0%ac%ac%e0%ad%80%e0%ac%a8%e0%ac%99%e0%ad%8d%e0%ac%95-%e0%ac%86%e0%ac%b8%e0%ad%8d/ https://satyasambada.com/2025/05/13/%e0%ac%85%e0%ac%b6%e0%ad%8b%e0%ac%95%e0%ac%99%e0%ad%8d%e0%ac%95-%e0%ac%89%e0%ac%aa%e0%ac%b0%e0%ad%87-%e0%ac%a8%e0%ac%ac%e0%ad%80%e0%ac%a8%e0%ac%99%e0%ad%8d%e0%ac%95-%e0%ac%86%e0%ac%b8%e0%ad%8d/#respond Tue, 13 May 2025 06:38:09 +0000 https://satyasambada.com/?p=2746 ଭୁବନେଶ୍ବର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବାଦବିବାଦ ମଧ୍ୟରେ ବିଜେଡିର ପୁରୁଖା ନେତା ତଥା ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରିଛି। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଶ୍ରୀ ପଣ୍ଡାଙ୍କ କାନ୍ଧରେ ଭୁବନେଶ୍ବର ବିଜେଡିର ମଙ୍ଗ ଧରାଇଛନ୍ତି। କିଛି ବର୍ଷ ବ୍ୟବଧାନ ପରେ ଶ୍ରୀ ପଣ୍ଡାଙ୍କୁ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ଦାୟିତ୍ବ ଦିଆଯାଇଥିବାରୁ ତାଙ୍କ ପାଇଁ ଏବେ ଅନେକ ଆହ୍ବାନ ସୃଷ୍ଟି ହୋଇଛି। ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ପାଇଁ ଅନେକ ଆଶାୟୀ ରହିଥିଲେ ମଧ୍ୟ ଶ୍ରୀ ପଣ୍ଡାଙ୍କ ଉପରେ ନବୀନଙ୍କ ଭରସା ଏବେ ରାଜଧାନୀରେ ବିଜେଡି ରାଜନୀତିରେ ଉଷ୍ମତା ଭରିଛି। ବିଶେଷ କରି ଅଶୋକଙ୍କ ବିରୋଧୀ ଭାବେ ଜଣାଶୁଣା ନେତାଙ୍କ ପରବର୍ତ୍ତୀ ପଦକ୍ଷେପ ‌କ’ଣ ହେବ? ସେମାନେ ଅଶୋକଙ୍କ ନେତୃତ୍ବକୁ ଗ୍ରହଣ କରିବେ ତ? ନା ଅଶୋକଙ୍କୁ ବିରୋଧ କରି ଦଳ ଛାଡ଼ିବେ ତାହା ଉପରେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ଦେଢ଼ ଦଶନ୍ଧିରୁ ଅଧିକ ସମୟ ଧରି ଭୁବନେଶ୍ବର ସଙ୍ଗଠନରେ ଅଶୋକଙ୍କ ପତିଆରା ରହିଛି। ୨୦୦୯ରେ ଏକାମ୍ର ନିର୍ବାଚନ ମଣ୍ଡଳୀ ଗଢ଼ା ହେବା ପରଠାରୁ ଲଗାତାର ୩ଥର ବିଜେଡିରୁ ପ୍ରାର୍ଥୀ ହୋଇ ଶ୍ରୀ ପଣ୍ଡା ବିଜୟୀ ହେଉଥିଲେ। ୨୦୦୯ରେ କଂଗ୍ରେସ, ୨୦୧୪ ଓ ୨୦୧୯ରେ ବିଜେପି ପ୍ରାର୍ଥୀଙ୍କଠାରୁ ବହୁ ଭୋଟ୍‌ ପାଇ ବିଜୟୀ ହେବା ସହ ‌ଖୋର୍ଦ୍ଧା ଜିଲ୍ଲାରୁ ଏକମାତ୍ର ବିଧାୟକ ଭାବେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ବାରମ୍ବାର ସ୍ଥାନ ପାଇଥିଲେ। ୨୦୨୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ବାବୁ ସିଂହଙ୍କ ଠାରୁ ଶ୍ରୀ ପଣ୍ଡା ପରାସ୍ତ ହୋଇଥିଲେ। ତେବେ ପରାଜିତ ହୋଇଥିଲେ ମଧ୍ୟ ଦଳର ସମସ୍ତ ବୈଠକ, ସମ୍ମିଳନୀ ସମେତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କର ଯୋଗଦାନ ରହୁଥିବା ଦେଖାଯାଇଥିଲା। ସେ ନବୀନଙ୍କ ଗୁଡ୍‌ ବୁକ୍‌ରେ ଥିଲେ ମଧ୍ୟ ଦ୍ବିତୀୟ କ୍ଷମତାକେନ୍ଦ୍ର ଭି କେ ପାଣ୍ଡିଆନଙ୍କ ପସନ୍ଦରେ କେବେ ନଥିଲେ। ତାହା ସତ୍ତ୍ବେ ତାଙ୍କୁ ପୁନର୍ବାର ଗୁରୁତ୍ବପୂର୍ଣ୍ଣ ଭୁବନେଶ୍ବର ଜିଲ୍ଲା ସଂଗଠନ ଦାୟିତ୍ବ ଦିଆଯାଇଛି। କିନ୍ତୁ ବିଜେଡି ଏବେ କ୍ଷମତାରେ ନଥିବାରୁ ସଂଗଠନ ସମ୍ଭାଳିବା ଅଶୋକଙ୍କ ପାଇଁ ଏତେ ସହଜ ହେବନି ବୋଲି ରାଜନୈତିକ ମହଲରେ ଅନୁମାନ କରାଯାଉଛି। 

]]>
https://satyasambada.com/2025/05/13/%e0%ac%85%e0%ac%b6%e0%ad%8b%e0%ac%95%e0%ac%99%e0%ad%8d%e0%ac%95-%e0%ac%89%e0%ac%aa%e0%ac%b0%e0%ad%87-%e0%ac%a8%e0%ac%ac%e0%ad%80%e0%ac%a8%e0%ac%99%e0%ad%8d%e0%ac%95-%e0%ac%86%e0%ac%b8%e0%ad%8d/feed/ 0
ବିଜେଡିର ବିଶାଳ ଟିମ୍‌: ୧୦ ବରିଷ୍ଠ ନେତାଙ୍କୁ ଛାମୁଆ ସଂଗଠନ ଦାୟିତ୍ବ, ରାଜ୍ୟ କମିଟିରେ ୮୧ ଜଣ https://satyasambada.com/2025/05/13/%e0%ac%ac%e0%ac%bf%e0%ac%9c%e0%ad%87%e0%ac%a1%e0%ac%bf%e0%ac%b0-%e0%ac%ac%e0%ac%bf%e0%ac%b6%e0%ac%be%e0%ac%b3-%e0%ac%9f%e0%ac%bf%e0%ac%ae%e0%ad%8d-%e0%ad%a7%e0%ad%a6-%e0%ac%ac%e0%ac%b0/ https://satyasambada.com/2025/05/13/%e0%ac%ac%e0%ac%bf%e0%ac%9c%e0%ad%87%e0%ac%a1%e0%ac%bf%e0%ac%b0-%e0%ac%ac%e0%ac%bf%e0%ac%b6%e0%ac%be%e0%ac%b3-%e0%ac%9f%e0%ac%bf%e0%ac%ae%e0%ad%8d-%e0%ad%a7%e0%ad%a6-%e0%ac%ac%e0%ac%b0/#respond Tue, 13 May 2025 06:36:47 +0000 https://satyasambada.com/?p=2743 ଭୁବନେଶ୍ବର: ବହୁ ଛକାପଞ୍ଝା ପରେ ବିଜେଡି ତା’ର ରାଜ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଶତାଧିକ ନେତାଙ୍କୁ ବିଭିନ୍ନ ପଦପଦବିରେ ଥଇଥାନ କରାଯାଇଛି। ରାଜ୍ୟ ଶାଖାରେ ୮୧ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ୧୦ଟି ଛାମୁଆ ସଂଗଠନର ଦାୟିତ୍ବ ଦିଆଯାଇଛି। ସଂଖ୍ୟାଲଘୁ ସେଲ୍‌ର ପୁନର୍ଗଠନ କରାଯାଇଥିବା ବେଳେ ୫ଟି ସାଂଗଠନିକ ଜିଲ୍ଲାର ସଭାପତି ନିଯୁକ୍ତି କରାଯାଇଛି। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସାଂଗଠନିକ ସମ୍ପାଦକ ପଦବିକୁ ହଟାଇ ଦିଆଯାଇଛି।

ବିଜେଡିର ରାଜ୍ୟ ଟିମ୍‌ରେ ୧୩ ଜଣ ବରିଷ୍ଠ ଉପସଭାପତି, ୧୦ ଜଣ ଉପସଭାପତି, ୨୨ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୩୫ ଜଣ ସାଧାରଣ ସମ୍ପାଦକ ଓ ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି। ଦେବୀପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ବରିଷ୍ଠ ଉପସଭାପତି କରାଯାଇଛି। ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ରବିନାରାୟଣ ନନ୍ଦ, ଅଶ୍ବିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ ଓ ଶାରଦା ପ୍ରସାଦ ନାୟକଙ୍କୁ ଉପସଭାପତି ଏବଂ ସୁବାସ ସିଂହଙ୍କୁ କୋଷାଧ୍ୟକ୍ଷ କରାଯାଇଛି। ଏମାନଙ୍କ ମଧ୍ୟରୁ ଦେବୀପ୍ରସାଦ ମିଶ୍ର ଓ ପ୍ରତାପ ଜେନା ମୁଖ୍ୟାଳୟ ଦାୟିତ୍ବରେ ରହିବେ। ୬ ଜଣ ବରିଷ୍ଠ ଉପସଭାପତିଙ୍କୁ ୬ଟି ଛାମୁଆ ସଂଗଠନର ଆବାହକ କରାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜୁ କୃଷକ ଜନତା ଦଳ, ଅନଙ୍ଗଉଦୟ ସିଂହଦେଓଙ୍କୁ ବିଜେଡି ଆଞ୍ଚଳିକ ବିକାଶ ସେଲ୍‌, ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ସମବାୟ ସେଲ୍‌, ବଦ୍ରିନାରାୟଣ ପାତ୍ରଙ୍କୁ ଶିକ୍ଷା ଓ ଶିକ୍ଷକ ସେଲ୍‌, ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ମତ୍ସ୍ୟଜୀବୀ ସେଲ୍‌ ଓ ମଙ୍ଗଳା କିଷାନଙ୍କୁ ଅନୁସୂଚିତ ଜନଜାତି ସେଲ୍‌ର ଆବାହକ ଦାୟିତ୍ବ ଦିଆଯାଇଛି। ସେହିପରି ଉପସଭାପତି ଦେବାଶିଷ ସାମନ୍ତରାୟଙ୍କୁ ବରିଷ୍ଠ ନାଗରିକ ‌ସେଲ୍‌ ଓ ଅରୁଣ କୁମାର ସାହୁଙ୍କୁ ଓବିସି ସେଲ୍‌ର ଆବାହକ ଭାବେ ନିଯୁକ୍ତି ମିଳିଛି। ବରି‌ଷ୍ଠ ସାଧାରଣ ସମ୍ପାଦକ ମହେଶ ସାହୁଙ୍କୁ ଅନୁସୂଚିତ ଜାତି ସେଲ୍‌ ଓ ଅମର ପଟ୍ଟନାୟକଙ୍କୁ ଆଇଟି ଓ ସାମାଜିକ ଗଣମାଧ୍ୟମ ସେଲ୍‌ ଦାୟିତ୍ବ ଦିଆଯାଇଛି। 

]]>
https://satyasambada.com/2025/05/13/%e0%ac%ac%e0%ac%bf%e0%ac%9c%e0%ad%87%e0%ac%a1%e0%ac%bf%e0%ac%b0-%e0%ac%ac%e0%ac%bf%e0%ac%b6%e0%ac%be%e0%ac%b3-%e0%ac%9f%e0%ac%bf%e0%ac%ae%e0%ad%8d-%e0%ad%a7%e0%ad%a6-%e0%ac%ac%e0%ac%b0/feed/ 0
ଏହାକୁ କ’ଣ ପ୍ରତିଶୋଧ କୁହାଯାଏ: ପହଲଗାମ ଆକ୍ରମଣକୁ ନେଇ ମୋଦୀଙ୍କ ଉପରେ ବର୍ଷିଲା ଶିବସେନା https://satyasambada.com/2025/05/13/%e0%ac%8f%e0%ac%b9%e0%ac%be%e0%ac%95%e0%ad%81-%e0%ac%95%e0%ac%a3-%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf%e0%ac%b6%e0%ad%8b%e0%ac%a7-%e0%ac%95%e0%ad%81%e0%ac%b9%e0%ac%be%e0%ac%af/ https://satyasambada.com/2025/05/13/%e0%ac%8f%e0%ac%b9%e0%ac%be%e0%ac%95%e0%ad%81-%e0%ac%95%e0%ac%a3-%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf%e0%ac%b6%e0%ad%8b%e0%ac%a7-%e0%ac%95%e0%ad%81%e0%ac%b9%e0%ac%be%e0%ac%af/#respond Tue, 13 May 2025 06:35:46 +0000 https://satyasambada.com/?p=2740 ମୁମ୍ବାଇ:ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଲୋକ ପ୍ରାଣ ହରାଇଥିଲେ। ଆକ୍ରମଣକୁ ୧୨ ଦିନ ବିତିଗଲାଣି। ଏହା ପରେ ମଧ୍ୟ ପାକିସ୍ତାନ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି କାରଣରୁ ଏବେ ଶିବସେନା (ୟୁବିଟି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛି।

ଶିବସେନା କହିଛି, ଯଦି ତୁମେ ପ୍ରତିଶୋଧ ନେବାକୁ ଚାହୁଁଛ ତେବେ ଇନ୍ଦିରା ଗାନ୍ଧୀଙ୍କଠାରୁ ଶିଖ। ତାଙ୍କର କାର୍ଯ୍ୟକଳାପରୁ ପ୍ରତିଶୋଧ କାହାକୁ କୁହାଯାଏ ତାହା ଜାଣନ୍ତୁ ବୋଲି ସେ କହିଛନ୍ତି।

ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ୧୨  ଦିନ ବିତିଗଲାଣି, ଆତଙ୍କବାଦୀ ଆକ୍ରମଣରେ ଆମର ୨୬ ଜଣ ଲୋକ ପ୍ରାଣ ହରାଇଲେ, କିନ୍ତୁ ସରକାର ଏପର୍ଯ୍ୟନ୍ତ କେଉଁ ପ୍ରତିଶୋଧ ନେଇଛି? କେବଳ ବେକାର ଖବର ଆସୁଛି। ପ୍ରତିଶୋଧ ନେଇ ସରକାର କେବଳ ୨୧ ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବନ୍ଦ କରିଦେଇଛନ୍ତି ଏବଂ ପାକିସ୍ତାନ ହାଇକମିସନର କର୍ମଚାରୀ ସଂଖ୍ୟାକୁ ହ୍ରାସ କରିଛନ୍ତି। ଏହାକୁ ପ୍ରତିଶୋଧ କୁହାଯିବ କି?

ସେ କହିଛନ୍ତି ମୋଦୀ ନିଜର ରାଜନୈତିକ ବିରୋଧୀମାନଙ୍କ ଉପରେ ଯେବେ ପ୍ରତିଶୋଧ ନିଅନ୍ତି ସେତେବେଳେ ସେମାନେ ସେମାନଙ୍କର ପାର୍ଟି ଭାଙ୍ଗି ଦିଅନ୍ତି, ଜେଲ୍‌ରେ ବନ୍ଦ କରି ଦିଅନ୍ତି।  ସେମାନଙ୍କ ଜୀବନ ନଷ୍ଟ କରି ଦିଅନ୍ତି। ସେମାନଙ୍କ ପରିବାରକୁ ହଇରାଣ କରନ୍ତି, କିନ୍ତୁ ପାକିସ୍ତାନ କ୍ଷେତ୍ରରେ, ଆକାଶ ମାର୍ଗ ବନ୍ଦ କରି ଏବଂ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକୁ ବନ୍ଦ କରିବା ଦ୍ବାରା କ’ଣ କିଛି ପରିବର୍ତ୍ତନ ଆସିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସଞ୍ଜୟ ରାଉତ କହିଛନ୍ତି ଯେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଯଦି ତୁମେ ଜାଣିବାକୁ ଚାହୁଁଛ ଯେ, କି ପ୍ରକାରର ପ୍ରତିଶୋଧ ଆବଶ୍ୟକ, ତେବେ ଇନ୍ଦିରା ଗାନ୍ଧୀଙ୍କ ଇତିହାସ ଦେଖନ୍ତୁ। ମୋଦୀ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ଈର୍ଷା ମନୋଭାବ ରଖନ୍ତି।

ମୋଦୀ କାହାକୁ ବୋକା ବନାଉଛନ୍ତି? ପ୍ରଧାନମନ୍ତ୍ରୀ ଏଠାକୁ ସେଠାକୁ ଘୁରି ବୁଲୁଛନ୍ତି, ଲୋକଙ୍କୁ ଆଲିଙ୍ଗନ କରୁଛନ୍ତି, ଏହାକୁ ପ୍ରତିଶୋଧ କୁହାଯାଏ ନାହିଁ। ଏବେ ମୁଁ ଡରୁଛି ଯେ, ଯଦି ଏହି ଦେଶରେ ଏପରି ଶାସକ ଅଛନ୍ତି ଏବଂ ଶତ୍ରୁ ଏତେ ନିର୍ଭୀକ, ତେବେ ଆମର ପ୍ରତିଶୋଧର ଏକମାତ୍ର ନୀତି ହେଉଛି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିବା।

ରାଉତ ଏହାକୁ ଶାସକ ବିଜେପିର ବିଫଳତା ବୋଲି କହି କହିଛନ୍ତି ଯେ, ଯୁଦ୍ଧ ସମୟରେ ଦେଶ ଏକ ହୋଇ ସତ୍ୟର ସାମ୍ନା କରିବା ଉଚିତ୍, କିନ୍ତୁ ବିଜେପି ଘୃଣାର ରାଜନୀତିରେ ଲିପ୍ତ ରହିଛି। ଏଭଳି ସଙ୍କଟ ସମୟରେ ଦେଶରେ ବିଭାଜନ ପାଇଁ କେବଳ ହିନ୍ଦୁ ମୁସଲମାନଙ୍କୁ ନେଇ କଥା କହୁଛି।

]]>
https://satyasambada.com/2025/05/13/%e0%ac%8f%e0%ac%b9%e0%ac%be%e0%ac%95%e0%ad%81-%e0%ac%95%e0%ac%a3-%e0%ac%aa%e0%ad%8d%e0%ac%b0%e0%ac%a4%e0%ac%bf%e0%ac%b6%e0%ad%8b%e0%ac%a7-%e0%ac%95%e0%ad%81%e0%ac%b9%e0%ac%be%e0%ac%af/feed/ 0
ଦିନେ ମୁଁ ନିଶ୍ଚିତ ମୁଖ୍ୟମନ୍ତ୍ରୀ ହେବି: ମନକଥା ଖୋଲି କହିଲେ ଅଜିତ ପାୱାର https://satyasambada.com/2025/05/13/%e0%ac%a6%e0%ac%bf%e0%ac%a8%e0%ad%87-%e0%ac%ae%e0%ad%81%e0%ac%81-%e0%ac%a8%e0%ac%bf%e0%ac%b6%e0%ad%8d%e0%ac%9a%e0%ac%bf%e0%ac%a4-%e0%ac%ae%e0%ad%81%e0%ac%96%e0%ad%8d%e0%ad%9f%e0%ac%ae%e0%ac%a8/ https://satyasambada.com/2025/05/13/%e0%ac%a6%e0%ac%bf%e0%ac%a8%e0%ad%87-%e0%ac%ae%e0%ad%81%e0%ac%81-%e0%ac%a8%e0%ac%bf%e0%ac%b6%e0%ad%8d%e0%ac%9a%e0%ac%bf%e0%ac%a4-%e0%ac%ae%e0%ad%81%e0%ac%96%e0%ad%8d%e0%ad%9f%e0%ac%ae%e0%ac%a8/#respond Tue, 13 May 2025 06:34:44 +0000 https://satyasambada.com/?p=2737 ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି, କିନ୍ତୁ ସେ ଆଶା ଛାଡି ନାହାନ୍ତି। ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ, ଦିନେ ସେ ନିଶ୍ଚିତ ଭାବରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ଅଜିତ ପାୱାର ମୁମ୍ବାଇରେ ଆୟୋଜିତ ମହାରାଷ୍ଟ୍ର ମହୋତ୍ସବ ମହୋତ୍ସବରେ ଏହା କହିଛନ୍ତି। ଯେତେବେଳେ ତାଙ୍କୁ ପଚରାଗଲା ଯେ, ଏବେ ରାଜ୍ୟରେ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିବା ଉଚିତ୍।

ଏହା ଉପରେ ଅଜିତ କହିଥିଲେ ଯେ, ଏହା ଏକ ଭଲ କଥା କିନ୍ତୁ ଏଥିପାଇଁ ଯୋଗ ସୃଷ୍ଟି ହେବା ଆବଶ୍ୟକ। ସେ କହିଥିଲେ ଯେ, ମୁଁ ମଧ୍ୟ ଭାବୁଛି ମୁଁ ମଧ୍ୟ ମୁଖ୍ୟମନ୍ତ୍ରୀ ହେବା ଉଚିତ୍ କିନ୍ତୁ ମୋତେ ଏପର୍ଯ୍ୟନ୍ତ ସୁଯୋଗ ମିଳିନାହିଁ। ଏହା ସହିତ ସେ ନିଜ ମନକଥା ଖୋଲି କହିଥିଲେ ଯେ, କେବେ ନା କେବେ ନିଶ୍ଚିତ ଭାବରେ ଏପରି ଦିନ ଆସିବ ଯେତେବେଳେ ମୁଁ ମଧ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରେ ବସିବି।

୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମାପ୍ତ ହେବା ପରେ, ଅଜିତ ପାୱାର ଷଷ୍ଠ ଥର ପାଇଁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ସେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି ସରକାରରେ ସେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଥିଲେ। ଅଘାଡ଼ି ସରକାରର ପତନ ପରେ, ସେ ତାଙ୍କ କାକା ଶରଦ ପାୱାରଙ୍କୁ ଛାଡି ବିଜେପିର ମହାୟୁତି ମେଣ୍ଟରେ ଯୋଗ ଦେଇଥିଲେ। ଏହି ସରକାରରେ ମଧ୍ୟ ତାଙ୍କୁ ଡିସିଏମ କରାଯାଇଥିଲା।

ତଥାପି, ଅଜିତଙ୍କର ଗତ କିଛି ବର୍ଷ ଧରି ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ଅଛି, ଯାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ସେ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ, ମୁଖ୍ୟମନ୍ତ୍ରୀ ହେବା ପାଇଁ ତାଙ୍କୁ ତାଙ୍କ କାକା ଶରଦ ପାୱାରଙ୍କଠାରୁ ଆଶାନୁରୂପ ସମର୍ଥନ ମିଳି ନଥିଲା।

]]>
https://satyasambada.com/2025/05/13/%e0%ac%a6%e0%ac%bf%e0%ac%a8%e0%ad%87-%e0%ac%ae%e0%ad%81%e0%ac%81-%e0%ac%a8%e0%ac%bf%e0%ac%b6%e0%ad%8d%e0%ac%9a%e0%ac%bf%e0%ac%a4-%e0%ac%ae%e0%ad%81%e0%ac%96%e0%ad%8d%e0%ad%9f%e0%ac%ae%e0%ac%a8/feed/ 0
ପୁରୁଣା ଫର୍ମାଟକୁ ଫେରିଲା ବିଜେଡି: ବିପର୍ଯ୍ୟୟକାରୀଙ୍କ ହାତରେ ସଂଗଠନ, ଅଟକିଛି ରାଜ୍ୟ କାର୍ଯ୍ୟକାରିଣୀ ଓ କମିଟି https://satyasambada.com/2025/04/30/%e0%ac%aa%e0%ad%81%e0%ac%b0%e0%ad%81%e0%ac%a3%e0%ac%be-%e0%ac%ab%e0%ac%b0%e0%ad%8d%e0%ac%ae%e0%ac%be%e0%ac%9f%e0%ac%95%e0%ad%81-%e0%ac%ab%e0%ad%87%e0%ac%b0%e0%ac%bf%e0%ac%b2%e0%ac%be-%e0%ac%ac/ https://satyasambada.com/2025/04/30/%e0%ac%aa%e0%ad%81%e0%ac%b0%e0%ad%81%e0%ac%a3%e0%ac%be-%e0%ac%ab%e0%ac%b0%e0%ad%8d%e0%ac%ae%e0%ac%be%e0%ac%9f%e0%ac%95%e0%ad%81-%e0%ac%ab%e0%ad%87%e0%ac%b0%e0%ac%bf%e0%ac%b2%e0%ac%be-%e0%ac%ac/#respond Wed, 30 Apr 2025 09:45:07 +0000 https://satyasambada.com/?p=70 ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟର ପ୍ରାୟ ୧୦ମାସ ପରେ ବିଜେଡି ନିଜର ପୁରୁଣା ଫର୍ମାଟକୁ ଫେରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ମୋହରା କରି ଦଳର ସାଂଗଠନିକ ପରିଚାଳନାକୁ ପୁଣିଥରେ ସେହି ପୁରୁଣା ଗୋଷ୍ଠୀ ନିଜ ନିୟନ୍ତ୍ରଣକୁ ନେବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି । ଦଳର ବିପର୍ଯ୍ୟୟର କାରକ ସାଜିଥିବା ଏହି ଗୋଷ୍ଠୀ ପୁଣିଥରେ ସଂଗଠନକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଉଥିବାରୁ ବିଜେଡିର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁଥିପାଇଁ ସାଂଗଠନିକ ପରିଚାଳନାକୁ ନେଇ ପୂର୍ବରୁ କ୍ଷୁବ୍ଧ ଥିବା ଦଳର ପୁରୁଖା ନେତାମାନଙ୍କ ପରେ ଏବେ ଦଳର ଆଗଧାଡ଼ିର ନେତାମାନେ ବି ନିଜର ଅସନ୍ତୋଷ ଜାହିର କରିବାରେ ଲାଗିଥିବା ଚର୍ଚ୍ଚା ହେଉଛି । ଦଳର ଏଭଳି ଆଭିମୁଖ୍ୟକୁ ନେଇ ଏବେ ଦଳୀୟ ମହଲରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଥିବାବେଳେ ବିଜେଡିର ଅଘୋଷିତ ସର୍ବେସର୍ବା ପରଦା ପଛରେ ରହି ନିଜର ଖାସ୍ ଅନୁଗତ ଗୋଷ୍ଠୀ ମାଧ୍ୟମରେ ସଂଗଠନକୁ ନିୟନ୍ତ୍ରଣରେ ରଖିବାକୁ ଗୋଟିଚାଳନା କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ନବୀନ କ୍ରମାଗତ ନବମଥର ସଭାପତି ନିର୍ବାଚିତ ହେବାର ୧୦ଦିନ ବିତିଯାଇଥିଲେ ମଧ୍ୟ ବିଜେଡିର ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ଏପର୍ଯ୍ୟନ୍ତ ଦଳର ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀ ତାଲିକାକୁ  ସାର୍ବଜନୀନ ଓ ଚୂଡ଼ାନ୍ତ କରିବାରେ ସକ୍ଷମ ହୋଇପାରିନଥିବାବେଳେ ଏହି ଗୋଷ୍ଠୀ ନିଜର ହାକିମାତି ଦେଖାଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚୟନ ଓ ସାଂଗଠନିକ ପଦାଧିକାରୀ କମିଟି ଚୂଡ଼ାନ୍ତ କରୁଥିବା ଜଣାପଡ଼ିଛି ।

]]>
https://satyasambada.com/2025/04/30/%e0%ac%aa%e0%ad%81%e0%ac%b0%e0%ad%81%e0%ac%a3%e0%ac%be-%e0%ac%ab%e0%ac%b0%e0%ad%8d%e0%ac%ae%e0%ac%be%e0%ac%9f%e0%ac%95%e0%ad%81-%e0%ac%ab%e0%ad%87%e0%ac%b0%e0%ac%bf%e0%ac%b2%e0%ac%be-%e0%ac%ac/feed/ 0
Praesent ornare luctus quam https://satyasambada.com/2015/03/16/praesent-ornare-luctus-quam/ https://satyasambada.com/2015/03/16/praesent-ornare-luctus-quam/#respond Mon, 16 Mar 2015 06:22:44 +0000 http://demo.themegrill.com/colormag/?p=24 Praesent ornare luctus quam, eget posuere augue semper sit amet. Ut orci dolor, convallis vel nibh sit amet, mollis dictum nunc. Fusce et nulla eu eros accumsan fermentum sed eu turpis. Fusce consectetur cursus erat, sit amet mollis diam dapibus tempus. Curabitur risus tellus, lobortis vitae rutrum dapibus, aliquam sed leo. Aliquam turpis magna, egestas sed dolor eu, pulvinar sollicitudin mi. Aliquam ut risus mollis, tempus felis eu, facilisis arcu. Vivamus tincidunt pulvinar augue, sit amet tempus purus pharetra ac. Quisque eu ante tortor. Morbi ultrices eros vel nisl pulvinar varius.

Suspendisse leo dui, vulputate eu tempus at, feugiat vel magna. Nam a aliquam arcu. Ut sodales ex tempus est pellentesque pellentesque. Maecenas sed ligula augue. Quisque nibh nisi, interdum quis cursus vel, vulputate quis neque. Suspendisse in nisi sit amet magna fermentum gravida rhoncus non libero. Nulla facilisi. In vel varius felis. Suspendisse efficitur varius quam, in tempus nunc aliquam a. Nunc posuere ac velit tincidunt auctor.

]]>
https://satyasambada.com/2015/03/16/praesent-ornare-luctus-quam/feed/ 0
Sed sagittis risus https://satyasambada.com/2015/03/13/sed-sagittis-risus/ https://satyasambada.com/2015/03/13/sed-sagittis-risus/#respond Fri, 13 Mar 2015 11:51:08 +0000 http://demo.themegrill.com/colormag/?p=20 Sed sagittis risus et diam feugiat tristique. Sed cursus malesuada ex ut tempus. Maecenas turpis arcu, scelerisque sit amet diam suscipit, convallis tincidunt velit. Aliquam id faucibus arcu, et pulvinar sem. Nunc eget efficitur nisi. Ut quis ligula nec ipsum tincidunt condimentum. Aliquam quis augue commodo, semper nulla ac, volutpat orci. Nam vitae libero finibus, porta est in, posuere elit.

Phasellus sit amet magna sem. Mauris in diam at ipsum dictum scelerisque. Aenean imperdiet ut massa nec pretium. Sed ut sollicitudin mi, sit amet tristique sem. Etiam congue nec enim quis condimentum. Vivamus id sagittis est. Mauris vitae lacinia elit. Fusce eu ligula at arcu convallis molestie vel vitae purus.

]]>
https://satyasambada.com/2015/03/13/sed-sagittis-risus/feed/ 0
Lorem ipsum dolor sit amet https://satyasambada.com/2015/03/13/lorem-ipsum-dolor-sit-amet/ https://satyasambada.com/2015/03/13/lorem-ipsum-dolor-sit-amet/#respond Fri, 13 Mar 2015 11:33:59 +0000 http://demo.themegrill.com/colormag/?p=5 Lorem ipsum dolor sit amet, consectetur adipiscing elit. Suspendisse nec justo quis leo malesuada volutpat id eget lacus. Cras rhoncus sem ante. Cum sociis natoque penatibus et magnis dis parturient montes, nascetur ridiculus mus. Vivamus dignissim rutrum tincidunt. Etiam tempor luctus elit eget tempus. Integer vehicula libero at lorem elementum sodales. Duis non blandit erat.

Sed enim eros, laoreet et neque sollicitudin, rutrum placerat risus. Cras tempor sodales odio, imperdiet auctor erat pulvinar et. Nulla efficitur luctus ultrices. Etiam sed vestibulum eros. Nulla tempus euismod tortor eget interdum. Vestibulum in metus et mi efficitur malesuada. Sed rhoncus neque at augue pellentesque, eget fringilla ex porta.

]]>
https://satyasambada.com/2015/03/13/lorem-ipsum-dolor-sit-amet/feed/ 0